Odisha Link
Bridging the Missing Links in Odisha

ଟିମ୍‌ ଇଣ୍ଡିଆ ଆଗରେ ୪ ଘଣ୍ଟା ତିଷ୍ଠି ପାରିଲାନି ବାଂଲାଦେଶ, ପ୍ରଥମ ଇନିଂସରେ ୧୪୯ ରନରେ ଅଲଆଉଟ

ଓଏଲ୍‌ ବ୍ୟୁରୋ: ଚେନ୍ନାଇ ଟେଷ୍ଟରେ ଦମଦାର ବ୍ୟାଟିଂ ପ୍ରଦର୍ଶନ ପରେ ଶାଣିତ ବୋଲିଂ ପ୍ରଦର୍ଶନ କରିଛି ଟିମ୍‌ ଇଣ୍ଡିଆ। ମାତ୍ର ୧୪୯ ରନ୍‌ ସ୍କୋର ଅଲଆଉଟ୍‌ ହୋଇଛି ଭ୍ରମଣକାରୀ ବାଂଲାଦେଶ। ୩୭୬ ରନ୍‌କୁ ପିଛା କରି ପ୍ରଥମ ଇନିଂସ ଆରମ୍ଭ କରିଥିବା ବାଂଲା ଦଳ ମାତ୍ର ୪୭ ଓଭରରେ ସମସ୍ତ ଓ୍ବିକେଟ ହରାଇ ମୋଟ ୧୪୯ ରନ୍‌ କରିବା ସହିତ ୨୨୭ ରନ୍‌ ପଛରେ ରହିଛି। ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ ୪ଟି ଓ୍ବିକେଟ ନେଇଥିବା ବେଳେ ମହମ୍ମଦ ସିରାଜ, ଆକାଶଦୀପ, ଜାଡେଜା ୨ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି।

 

Leave A Reply

Your email address will not be published.