Odisha Link
Bridging the Missing Links in Odisha

ସୁନ୍ଦରଗଡ଼ରେ ମାଓ ପୋଷ୍ଟର, ରେଞ୍ଜଡ଼ା ଷ୍ଟେସନ ମାଷ୍ଟରଙ୍କୁ ମାଓବାଦୀଙ୍କ ହତ୍ୟା ଧମକ

ଓଏଲ୍‌ ବ୍ୟୁରୋ: କିଛି ଦିନର ବ୍ୟବଧାନ ପରେ ସୁନ୍ଦରଗଡ଼ରେ ଲାଗିଲା ମାଓ ପୋଷ୍ଟର। ରେଞ୍ଜଡ଼ା ଷ୍ଟେସନ ମାଷ୍ଟରଙ୍କୁ ମାଓବାଦୀଙ୍କ ହତ୍ୟା ଧମକ ଦିଆ ଯାଇଛି ପୋଷ୍ଟରରେ। ହତ୍ୟା ଧମକ ନେଇ ରେଲଓ୍ବେ ଟ୍ରାକରେ ପୋଷ୍ଟର ଜାରି କରାଯାଇଛି। କେ.ବଳାଙ୍ଗ ଥାନା ରେଞ୍ଜଡା-ସାନରକ୍ସି ରେଳ ଧାରଣାରେ ଲାଗିଛି ପୋଷ୍ଟର।

ପୂର୍ବରୁ ନିର୍ବାଚନ ସମୟରେ ଏହି ଅଞ୍ଚଳରେ ଦୁଇ ଦୁଇ ଥର ମାଓ ପୋଷ୍ଟର ଦେଖିବାକୁ ମିଳିଥିଲା। ଏବେ କିଛି ଦିନ ପରେ ପୁଣିଥରେ ମାଓ ପୋଷ୍ଟର ଲାଗିଛି। ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ରେଞ୍ଜଡା ଓ ସାନରକ୍ସି ରେଳ ଧାରଣାର ୪୭୧ ନମ୍ବର ପୋଲରେ ଲାଗିଛି ମାଓ ପୋଷ୍ଟର ସହିତ ବ୍ୟାନର।

Leave A Reply

Your email address will not be published.