ପୁଣିଥରେ ନିରାଶ କଲେ ରୋହିତ, ଡେଇଁ ପାରିଲେନି ଲକ୍ଷ୍ମଣରେଖା
ଓଏଲ୍ ବ୍ୟୁରୋ: ଟେଷ୍ଟ କ୍ରିକେଟରେ ବାଂଲାଦେଶ ବିପକ୍ଷରେ ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି। ଚେନ୍ନାଇର ଖେଳାଯାଉଥିବା ପ୍ରଥମ ଟେଷ୍ଟର ଦ୍ବିତୀୟ ଇନିଂସରେ ମାତ୍ର ୫ ରନ୍ ସ୍କୋର କରି ଆଉଟ୍ ହୋଇଛନ୍ତି ରୋହିତ ଶର୍ମା। ଦଳୀୟ ସ୍କୋର ମାତ୍ର ୧୫ ରନ୍ ହୋଇଥିବା ବେଳେ ଭାରତୀୟ ଦଳକୁ ପ୍ରଥମ ଝଟକା ଦେଇଥିଲେ ବାଂଲାଦେଶର ଷ୍ଟାର ବୋଲର ତାସକିନ୍ ଅହମ୍ମଦ। ରୋହିତ ଶର୍ମାଙ୍କୁ ମାତ୍ର ୫ ରନ୍ ସ୍କୋରରେ ପ୍ୟାଭିଲିଅନ୍ ରାସ୍ତା ଦେଖାଇଥିଲେ ଅହମ୍ମଦ।
ବାଂଲାଦେଶ ବିପକ୍ଷରେ ରୋହିତ ଶର୍ମା ୪ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏହାରରି ମଧ୍ୟରେ ରୋହିତ ମାତ୍ର ୬ ରନ୍ କିମ୍ବା ତାଠୁ କମ୍ ସ୍କୋର କରି ୪ ଥର ଆଉଟ୍ ହୋଇଛନ୍ତି। ଟେଷ୍ଟ କ୍ରିକେଟରେ ବାଂଲାଦେଶ ବିପକ୍ଷରେ ରୋହିତଙ୍କ ସର୍ବାଧିକ ସ୍କୋର ୨୧ ରନ୍ ରହିଛି। ବାଂଲାଦେଶ ବିପକ୍ଷରେ ରୋହିତ ଶର୍ମା ମାତ୍ର ୪୪ ରନ୍ ସ୍କୋର କରିଛନ୍ତି।