ଏୟାର ମାର୍ଶଲ ଅମରପ୍ରୀତ ସିଂ ଭାରତୀୟ ବାୟୁସେନାର ନୂଆ ମୁଖ୍ୟ, କିଏ ସେ ଜାଣନ୍ତୁ…

ଓଏଲ୍ ବ୍ୟୁରୋ: ଭାରତକୁ ମିଳିଲେ ବାୟୁସେନାର ନୂଆ ମୁଖ୍ୟ। ସେପ୍ଟେମ୍ବର ୩୦ ତାରିଖରେ ବାୟୁସେନାର ମୁଖ୍ୟ ଭାବେ ଗ୍ରହଣ କରିବେ ଏୟାର ମାର୍ଶଲ ଅମରପ୍ରୀତ ସିଂ। ବର୍ତ୍ତମାନର ବାୟୁସେନାର ମୁଖ୍ୟ ବିବେକ ରାମ ଚୌଧୁରୀ ଅବସର ନେବା ପରେ ଶ୍ରୀ ସିଂଙ୍କୁ ଦାୟିତ୍ବ ହସ୍ତାନ୍ତର କରାଯିବ। ବର୍ତ୍ତମାନ ବାୟୁସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଅମରପ୍ରୀତ ସିଂ।
ଆଜି ସରକାର ତାଙ୍କୁ ଭାରତୀୟ ବାୟୁସେନାର ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲେ ହେଁ ଆସନ୍ତା ୩୦ ତାରିଖ ମଧ୍ୟାହ୍ନ ସମୟରେ ସେ ଦାୟିତ୍ୱ ଗ୍ରହଣ କରିବେ। ସେ ଏୟାର ମାର୍ଶଲରୁ ଏୟାର ଚିଫ ମାର୍ଶଲକୁ ପଦୋନ୍ନତି ପାଇବେ।
ଏୟାର ମାର୍ଶଲ ଅମର ପ୍ରୀତ ସିଂହ ୧୯୮୪ରୁ ଭାରତୀୟ ବାୟୁସେନାରେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୨୩ ଫେବୃଆରୀ ୧ରେ ସେ ଭାରତୀୟ ବାୟୁସେନାର ଭାଇସ ଚିଫ ଭାବେ ଦାୟିତ୍ୱ ନେଇଥିଲେ। ୧୯୮୪ରୁ ବାୟୁସେନାରେ କାର୍ଯ୍ୟ କରି ଆସୁଥିବା ଶ୍ରୀ ସିଂହ ଫ୍ଲାଇଟ କମାଣ୍ଡର ଓ ମିଗ ୨୭ର କମାଣ୍ଡିଂ ଅଫିସର ଦାୟିତ୍ୱରେ ରହିଥିଲେ। ୨୦୧୯ରେ ତାଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ଓ ୨୦୨୩ରେ ପରମ ବିଶିଷ୍ଟ ସେବା ମେଡାଲ ମିଳିଥିଲା।