Odisha Link
Bridging the Missing Links in Odisha

ଦିଲ୍ଲୀର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ

ଓଏଲ୍‌ ବ୍ୟୁରୋ: ଦିଲ୍ଲୀକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ। ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆମ୍‌ ଆଦମୀ ପାର୍ଟିର ବରିଷ୍ଠ ନେତ୍ରୀ ଆତିଶୀ ମର୍ଲେନ। ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଇସ୍ତଫା ପରେ ଆତିଶୀଙ୍କୁ ନୂଆ ସରକାର ଗଠନ କରିବାକୁ ରାଷ୍ଟ୍ରପତି ମଞ୍ଜୁରୀ ଦେଇଥିଲେ। ଦିଲ୍ଲୀର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆତିଶୀ। ଉପରାଜ୍ୟପାଳ ବିନାଇ କୁମାର ସେକ୍ସେନା ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।

ରାଜଭବନରେ ଅତିଶୀଙ୍କ ସହ ୫ ନୂଆ କ୍ୟାବିନେଟ୍‌ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଗୋପାଳ ରୟ, ସୌରଭ ଭରଦ୍ୱାଜ, କୈଳାଶ ଗେହଲଟ, ଇମ୍ରାନ ହୁସେନ ଓ ମୁକେଶ ଅହଲାବତ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

କାଶ ଥାଉକି, ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇଥିଲେ କେଜ୍ରିୱାଲ। ସେ ୬ ମାସ ଜେଲରେ ରହିବା ପରେ ସେପ୍ଟେମ୍ବର ୧୪ରେ ତାଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଥିଲା। ଏହା ପରଦିନ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ।

ଏହି ଘୋଷଣାର ଦୁଇ ଦିନ ପରେ କେଜ୍ରିୱାଲ ନିଜ ପଦରୁ ଇସ୍ତଫା ଦେଇଥିଲେ ଏବଂ ବିଧାୟକ ଦଳ ବୈଠକରେ ଆତିଶୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା। ଆଜି ସେ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.