Odisha Link
Bridging the Missing Links in Odisha

ଭରତପୁର କାଣ୍ଡ: ଦିନ ଗଡ଼ୁଛି, ଭାଇରାଲ ଭିଡିଓ ଟ୍ବିଷ୍ଟ ଭରୁଛି, କିଏ କହୁଛି ସତ ?

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତିକୁ ଦିନକୁ ଦିନ ଉଷ୍ମ କରୁଛି ଭରତପୁର ଥାନାରେ ମେଜର ଏବଂ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା। ଦିନ ପରେ ଦିନ ଗଡ଼ିବାରେ ଲାଗିଛି ଆଉ ସାମ୍ନାକୁ ଆସୁଛି ନୂଆ ନୂଆ ଟ୍ବିଷ୍ଟ। ପ୍ରଥମେ ପୁଲିସ ଥାନାରେ ଭଙ୍ଗାରୁଜା ଏବଂ ଆକ୍ରମଣ ଘଟଣା ନେଇ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଆଡକୁ ଆଙ୍ଗୁଠି ଉଠିଥିଲା। ହେଲେ ପରବର୍ତ୍ତୀ ସମୟରେ ପୁଲିସ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ। ଆଉ ଅଭିଯୋଗ ଉପରେ ଡିଜିପି ନେଲେ କାର୍ଯ୍ୟାନୁଷ୍ଠାନ। ଏପିରିକି ତଦନ୍ତ ସ୍ୱରୂପ ପାଞ୍ଚ ଜଣ ପୋଲିସ ଅଫିସରଙ୍କୁ ନିଲମ୍ବିତ ବି କରାଗଲା। ଏସବୁ ଭିତରେ ଭାଇରାଲ ହେଉଥିବା ଭିଡିଓକୁ ନେଇ ଉଠିଛି ନାନା ପ୍ରଶ୍ନ।

ଏବେ ରୋଡ୍‌ ରୋମିଓ ଏବଂ ମେଜରଙ୍କ ବାନ୍ଧବୀଙ୍କ ବ୍ୟବହାର ନେଇ ସର୍ବସାଧାରଣରେ ହେଉଛି ଚର୍ଚ୍ଚା। ଏହି ଭିଡିଓ ପଛରେ ସତ୍ୟାସତ୍ୟ କଣ ରହିଛି.. ତାକୁ ନେଇ ଖୋଲତାଡ କରୁଛି କ୍ରାଇମବ୍ରାଞ୍ଚ । ୧୪ ତାରିଖ ବିଳମ୍ବିତ ରାତିରେ କେଉଁଠୁ ଘଟଣାର ସୂତ୍ରପାତ ହୋଇଥିଲା । ଘଟଣାକୁ ନେଇ ଥାନାକୁ ଯାଇଥିବା ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ କେଉଁ ପ୍ରକାର ବ୍ୟବହାର କରାଯାଇଥିଲା ଏବଂ ପୀଡିତା ଆଣିଥିବା ସାଂଘାତିକ ଅଭିଯୋଗର ରହସ୍ୟ ଖୋଲିବ କ୍ରାଇମବ୍ରାଞ୍ଚ।

ଏପଟେ ରାସ୍ତାରେ ହୋଇଥିବା ଗଣ୍ଡଗୋଳ ସମୟର ଭିଡିଓ ଏବେ କ୍ରାଇମବ୍ରାଞ୍ଚ ସ୍କାନରରେ ବି ରହିଛି। ରାସ୍ତାରେ କେଉଁ କାରଣରୁ ଗଣ୍ଡଗୋଳ ହୋଇଥିଲା। ରାସ୍ତାରେ କାହିଁକି କ୍ୟାପଟେନ୍‌ ଓ ତାଙ୍କ ବାନ୍ଧବୀଙ୍କ ସହ ଗଣ୍ଡଗୋଳ କରିଥିଲେ ଯୁବକ । କାହାର ଭୁଲ ପାଇଁ ପାଟିତୁଣ୍ଡ, ଧସ୍ତାଧସ୍ତି ହୋଇଥିଲ । ଘଟଣାର ସୂତ୍ରପାତ କ’ଣ ଥିଲା। ଜବତ ଭିଡିଓକୁ ନେଇ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ।

ଗୋଟିଏ ପଟେ ଘଟଣାକୁ ନେଇ ଆରୋପ-ପ୍ରତ୍ୟାରୋପ ଚାଲିଥିବା ବେଳେ ଅନ୍ୟପଟେ ଓଡିଶା ପୁଲିସ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି ପୂର୍ବତନ ପୁଲିସ ଅଧିକାରୀ ସଂଘ। ଏନେଇ ପୁଲିସ କମିଶନରଙ୍କୁ ଭେଟିବା ସହ ଏକପାଖିଆ ନିଷ୍ପତ୍ତି ନନେବାକୁ ଅନୁରୋଧ ମଧ୍ୟ କରିଛନ୍ତି। ୫ ପୁଲିସ ଅଫିସରଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ପୁଲିସ କମିଶନରଙ୍କୁ ଭେଟିଛି ସଂଘ।

Leave A Reply

Your email address will not be published.