Odisha Link
Bridging the Missing Links in Odisha

ଭାଣପୁରରେ ଟ୍ରଲରକୁ ଧକ୍କା ଦେଲେ ବସ୍, ୧୦ ଆହତ

ଓଏଲ୍‌ ବ୍ୟୁରୋ: ଜାତୀୟ ରାଜପଥ-୧୬ରେ ବଡ଼ ଦୁର୍ଘଟଣା। ଟ୍ରଲରକୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌। ଦୁର୍ଘଟଣାରେ ବସ୍‌ ଡ୍ରାଇଭର ସମେତ ୧୦ ଜଣ ଆହତ ହୋଇଛନ୍ତି। କଟକ ଏନ୍ଏଚ୍ ୧୬ ଭାଣପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା ଯାତ୍ରୀବାହୀ ବସ୍‌ ‘କୁନାଲ’। କଟକ ଭାଣପୁର ନିକଟରେ ଏକ ଟ୍ରଲରକୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବସ୍‌ ଡ୍ରାଇଭର ସମେତ ୧୦ ଜଣ ଆହତ ହୋଇଛନ୍ତି। ପୁଲିସ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଏଥିସହ ବସକୁ ଜବତ କରି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.