Odisha Link
Bridging the Missing Links in Odisha

ଜିଲ୍ଲାସ୍ତରରେ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଜିଲ୍ଲାସ୍ତରରେ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଓତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଗସ୍ତ ବେଳେ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା, ଗସ୍ତ ବେଳେ ସେଠି ଲୋକଙ୍କ ଅଭିଯୋଗ ଶୁଣିବେ। ଏହାଦ୍ବାରା ଲୋକେ ସହଜରେ ଅଭିଯୋଗ ପତ୍ର ଦାଖଲ କରିପାରିବେ।

ସୂଚନା ଅନୁସାରେ, ଆଜି ପୁଣିଥରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ନିକଟରେ ଥିବା ଏକ ସରକାରୀ ବାସଗୃହ ପରିସରରେ ଏହି ଅଭିଯୋଗ ଶୁଣାଣି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରବି ନାରାୟଣ ନାଏକ, ସମ୍ପଦ ସ୍ଵାଇଁ ଓ ଗୋକୁଳାନନ୍ଦ ମଲ୍ଲିକ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଲୋକଙ୍କ ଅଭିଯୋଗ ଶୁଣୁଥିଲେ।

ଅହେତୁକ ଭିଡ଼କୁ ଦୃଷ୍ଟିରେ ରଖି କେବଳ ଅନଲାଇନରେ ପଞ୍ଜିକରଣ କରିଥିବା ୧୦୦୦ ଜଣ ଅଭିଯୋଗକାରୀଙ୍କୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଅନୁମତି ମିଳିଥିଲା। ତେବେ ଯେଉଁମାନେ ପଞ୍ଜିକରଣ କରିନାହାନ୍ତି ଏବଂ ଆଜି ଆସିଛନ୍ତି, ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅଣପଞ୍ଜିକୃତ କାଉଣ୍ଟର ଖୋଲାଯାଇ ସେମାନଙ୍କର ଅଭିଯୋଗ ପଞ୍ଜୀକୃତ କରାଯାଉଥିବା ବେଳେ ପ୍ରାପ୍ତି ସ୍ବୀକାର ପ୍ରଦାନ କରାଯାଉଛି। ପରବର୍ତ୍ତୀ ସପ୍ତାହରେ ହେବାକୁ ଥିବା ଶୁଣାଣିରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନିଜ ଅଭିଯୋଗ କରିପାରିବେ।

Leave A Reply

Your email address will not be published.