Odisha Link
Bridging the Missing Links in Odisha

ଲେବାନନ ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ, ଏୟାର ଷ୍ଟ୍ରାଇକ୍‌ରେ ୧୦୦ରୁ ଅଧିକ ମୃତ

ଓଏଲ୍‌ ବ୍ୟୁରୋ: ତ୍ରୀବ ହେବାରେ ଲାଗିଛି ଇସ୍ରାଏଲ ଓ ହେଜବୁଲା ବିବାଦ। ଲେବାନନ ଉପରେ ଏୟାରଷ୍ଟ୍ରାଇକ୍‌ କଲା ଇସ୍ରାଏଲ। ସୋମବାର ଦିନ ଲେବାନନ ଉପରେ ଏୟାରଷ୍ଟ୍ରାଇକ୍‌ କରିଛି ଇସ୍ରାଏଲ। ହେଜବୁଲାର ୩୦୦ଟି ଠିକଣା ଉପରେ ଆକ୍ରମଣ କରିଛି ଇସ୍ରାଏଲ। ଯାହାଫଳରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।

ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ଯେ ଲେବାନନର ସମର୍ଥିତ ହେଜବୁଲା ସଂଗଠନର ଆତଙ୍କବାଦ ଗୋଷ୍ଠୀର କାର୍ଯ୍ୟକଳାପକୁ ଆଖି ଆଗରେ ରଖି ୩୦୦ଟି ଠିକଣା ଉପରେ ଆକ୍ରମଣ କରାଯାଇଛି। ଅନ୍ୟପଟେ ଲେବାନନ ପକ୍ଷରୁ ଦାବି କରାଯାଇଛି ଯେ ଏହି ଆକ୍ରମଣ ହେବା ଯୋଗୁଁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

ସୂଚନାଥାଉକି,ଲେବାନନର ସମର୍ଥିତ ହେଜବୁଲା ସଂଗଠନର ଆତଙ୍କବାଦ ଗୋଷ୍ଠୀ ଯେଉଁ ଅଞ୍ଚଳରେ ଅସ୍ତ୍ରଶସ୍ତ୍ର ସଂରକ୍ଷଣ କରୁଛନ୍ତି, ସେଠାରୁ ସାଧାରଣ ଲୋକଙ୍କୁ ଚାଲିଯିବାକୁ ପରାମର୍ଶ ଦେଇଥିଲା ଇସ୍ରାଏଲ ପ୍ରତିରକ୍ଷା ବାହିନୀ।

Leave A Reply

Your email address will not be published.