Odisha Link
Bridging the Missing Links in Odisha

ଓସ୍କାର ଦୌଡ଼ରେ ପ୍ରବେଶ କଲା ‘ଲାପତା ଲେଡିଜ୍’

ଓଏଲ୍‌ ବ୍ୟୁରୋ: ୯୭ତମ ଶ୍ରେଷ୍ଠ ବିଦେଶୀ ଫିଲ୍ମ ଶ୍ରେଣୀରେ ‘ଲାପତା ଲେଡିଜ୍‌’କୁ ସ୍ଥାନ ମିଳିଛି। ଶ୍ରେଷ୍ଠ ବିଦେଶୀ ଫିଲ୍ମ କ୍ୟାଟେଗୋରୀ ପାଇଁ ଏହା ମନୋନୀତ ହୋଇଛି। ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆର ସଦସ୍ୟମାନେ ଏକାଡେମୀ ପୁରସ୍କାରରେ ଭାରତର ଅଫିସିଆଲ୍ ପ୍ରବେଶ ଘୋଷଣା କରିଛନ୍ତି।

ବେଷ୍ଟ ଫରେନ୍ ଫିଲ୍ମ-୨୦୨୫ ବର୍ଗରେ ‘ଲାପତା ଲେଡିଜ୍‌’ ସ୍ଥାନ ପାଇଛି। ‘ଲାପତା ଲେଡିଜ୍‌’ ୨୯ଟି ଫିଲ୍ମକୁ ପଛରେ ପକାଇ ଓସ୍କାର ପାଇଁ ମନୋନୀତ ହୋଇଛି। ଏହି ତାଲିକାରେ ବଲିଉଡର ବ୍ଲକବଷ୍ଟର ହିଟ୍‌ ଫିଲ୍ମ ‘ଆନିମଲ’, ମଲୟାଲମ ଜାତୀୟ ପୁରସ୍କାର ବିଜେତା ଫିଲ୍ମ ‘ଅଟ୍ଟମ୍’ ଏବଂ କାନ୍ସ ବିଜେତା ‘ଅଲ୍ ଓ୍ୱି ଇମାଜିନ୍‌ ଇଜ୍ ଲାଇଟ୍‌’ ମଧ୍ୟ ରହିଥିଲା।

ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣ ଉପରେ ଆଧାରିତ ଏହି ଫିଲ୍ମ ନିକଟରେ ସୁପ୍ରିମକୋର୍ଟର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୋଇଥିଲା। ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ ଏହି ଫିଲ୍ମଟି ପରଦାକୁ ଆସିଥିଲା। ଜବରଦସ୍ତ ହିଟ୍‌ ହେବା ପରେ ଆଉ ଏକ ସଫଳତା ହାସଲ କରିଛି ଫିଲ୍ମ ‘ଲାପତା ଲେଡିଜ୍‌’।

Leave A Reply

Your email address will not be published.