ମହଙ୍ଗା ମାଡ଼: ଗ୍ରାହକଙ୍କୁ କନ୍ଦାଇଲାଣି ପିଆଜ ଦର
ଓଏଲ୍ ବ୍ୟୁରୋ: ରାଜ୍ୟରେ ଆଳୁ ସଙ୍କଟ ପରେ ଏବେ ପିଆଜ ଦର ଚିନ୍ତାର ବିଷୟ ପାଲଟିଛି। ସାଧାରଣ ଖାଉଟିକୁ ମହଙ୍ଗା ମାଡ଼ ହୋଇଛି। ଭୁବନେଶ୍ୱର ଏକ ନମ୍ବର ହାଟ ଓ ନୟାପଲ୍ଲୀ ହାଟରେ କିଲୋ ପିଛା ୭୦ ଟଙ୍କାରେ ବିକ୍ରି ହେଉଛି ପିଆଜ। କିଲୋ ପିଛା ୩୫ ଟଙ୍କାରେ ଆଳୁ ବିକ୍ରି ହେଉଥିବା ବେଳେ ଏବେ ପୁଣି ପିଆଜ ଦର ବଢ଼ାଇଛି ଚିନ୍ତା। ପୂର୍ବରୁ ପିଆଜ ଦର ୬୦ ଟଙ୍କା ଛୁଇଁବା ପରେ ଏବେ ଆହୁରି ପିଆଜ ଦର ବଢିଛି। ଯାହା ଖାଉଟିଙ୍କ ଚିନ୍ତାର କାରଣ ପାଲଟିଛି।
ଲୋ-କ୍ବାଲିଟି ପିଆଜ ୫୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଗାମୀ ଦିନରେ ଆହୁରି ବଢିବ ବୋଲି କହିଛନ୍ତି ବ୍ୟବସାୟୀ। କିଛି ବେପାରୀଙ୍କ କହିବାକଥା, ମାର୍କେଟରେ ପିଆଜ ଷ୍ଟକ୍ ନାହିଁ, ଯାହା ବାହାରୁ ଆସୁଥିଲା ବର୍ଷା ପାଇଁ ତାହା ଆସି ପାରୁନି। ଆଉ ଯାହା ବସ୍ତା ରହିଛି ସେଥିରୁ ୫ରୁ ୬ କେଜି ପଚା ବାହାରୁଛି। ସେଥିପାଇଁ ଦର ବଢାଇ ବାକୁ ବାଧ୍ୟ ହେଉଛୁ ବୋଲି ବ୍ୟବସାୟୀ କହିଛନ୍ତି। ଏକ ମାସ ଧରି ପନି ପରିବା ଦର ବଢ଼ି କି ରହିଛି, ପିଆଜ ଦର ବି କମିବାର ନାଁ ଧରୁନି। ଯାହା ଏବେ ସାଧାରଣ ଖାଉଟିର ଚିନ୍ତାର ବିଷୟ ପାଲଟିଛି।