Odisha Link
Bridging the Missing Links in Odisha

ଜମ୍ମୁ କଶ୍ମୀର: ପ୍ରଥମଥର ପାଇଁ ଭୋଟ ଦେବେ ହଜାରେ ଦଳିତ, ୭ ଦଶନ୍ଧି ପରେ ହେଲେ ଭାରତର ନାଗରିକ

ଓଏଲ୍‌ ବ୍ୟୁରୋ: ଚାଲିଛି ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ୨୦୨୪। ଗୋଟିଏ ପର୍ଯ୍ୟାୟ ନିର୍ବାଚନ ସରିିଥିବା ବେଳେ ଆଉ ୨ଟି ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପରଦିନ ଅର୍ଥାତ୍‌ ସେପ୍ଟେମ୍ବର ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ ହୋଇଥିବା ବେଳେ ଆଜି ଶେଷ ହୋଇଛି ପ୍ରଚାର।

ଆର୍ଟିକିଲ ୩୭୦ ଓ ୩୫ ଏ ଏବେ ଇତିହାସର ଏକ ଅଧ୍ୟାୟ। ଏଥିସହିତ ଜମ୍ମୁ-କଶ୍ମୀର ଏବେ ବି ଏକ ପୂର୍ଣ୍ଣ ରାଜ୍ୟର ମାନ୍ୟତା ପାଇ ନାହିଁ। ଏସବୁ ବ୍ୟତୀତ ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆର୍ଟିକିଲ ୩୭୦ ଉଚ୍ଛେଦ ହେବା ପରେ ପ୍ରଥମଥର ପାଇଁ ହଜାରେ ଲୋକଙ୍କୁ ଭୋଟ ଦେବାକୁ ମୌକା ମିଳିଛି। ଯିଏକି ପୂର୍ବରୁ ଜମ୍ମୁ କଶ୍ମୀର ନିର୍ବାଚନରେ କେବଳ ଦର୍ଶକ ଭଳି ରହୁଥିଲେ ହେଲେ ଭୋଟ ଦେବାରୁ ବଞ୍ଚିତ ହେଉଥିଲେ। ଏହିସବୁ ଲୋକ ୭ ଦଶନ୍ଧି ଧରି ଜମ୍ମୁ-କଶ୍ମୀରେ ବସବାସ କରୁଛନ୍ତି ସତ ହେଲେ ଗଣତନ୍ତ୍ରର ପର୍ବରେ କେବେ ଭାଗ ନେଇ ନାହାନ୍ତି। ପ୍ରଥମଥର ଭୋଟ ଦେବାକୁ ଯାଉଥିବା ଲୋକ ହେଲା ୧୯୪୭ ମସିହାରେ ଭାରତ ବିଭାଜନ ପରେ ପାକିସ୍ତାନରୁ ଆସି ଭାରତରେ ଶରଣ ପଶିଥିଲେ।

ଏ ମଧ୍ୟରୁ ଅଧିକାଂଶ ଲୋକ ଜମ୍ମୁ, କଠୁଆ, ରାଜୋରି ଭଳି ଜିଲ୍ଲା ଗୁଡ଼ିକରେ ବସବାସ କରନ୍ତି। ୧୯୪୭ ମସିହାରୁ ଆସିଥିବା ଲୋକଙ୍କୁ କେବଳ ନାଗରିକତା ମିଳିଥିଲା। ୫୭୬୪ ପରିବାରକୁ କ୍ୟାମ୍ପରେ ରହିବାକୁ ପଡ଼ୁଥିଲା। ନିର୍ବାଚନରେ ଭାଗ ନେବାକୁ ତାଙ୍କୁ ଅଧିକାର ମିଳିନଥିଲା। ଆର୍ଟିକିଲ ୩୭୦ ଉଚ୍ଛେଦ ହେବା ପରେ ଏହି ଲୋକଙ୍କ ମନରେ ନୂଆ ଜାଗରଣ ସୃଷ୍ଟି କରିଥିଲା। ଯାହାଫଳରେ ତାଙ୍କୁ ନାଗରିକତା ମିଳିବା ସହିତ ଜଣେ ଭାରତୀୟ ଭଳ ସମସ୍ତ ମାନ୍ୟତା ମିଳିଥିଲା ଓ ଲୋକତନ୍ତ୍ରରେ ଭାଗ ନେବାକୁ ଅନୁମତି ମିଳିଥିଲା।

ଆର୍ଟିକିଲ ୩୭୦ ହଟିବା ପରେ ପ୍ରଥମ ଥର ପାଇଁ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନରେ ଏହି ପରିବାରକୁ ମତଦାନ କରିବାକୁ ସୁଯୋଗ ମିଳିବ।

Leave A Reply

Your email address will not be published.