Odisha Link
Bridging the Missing Links in Odisha

ଆୟୁଷ୍ମାନ ଯୋଜନା: ଜାଣନ୍ତୁ କେମିତି ସୁବିଧା ପାଇବେ ବରିଷ୍ଠ ନାଗରିକ…

ଓଏଲ୍‌ ବ୍ୟୁରୋ: ଦଶହରା ପୂର୍ବରୁ ବରିଷ୍ଠ ନାଗରିକଙ୍କ ବଡ଼ ଭେଟି ଦେଇଛନ୍ତି ମୋଦି ସରକାର। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଆୟୁଷ୍ମାନ ଭାରତ ଯୋଜନା) ଅଧୀନରେ ଦେଶର ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହାଦ୍ୱାରା ଦେଶର ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ। ଯାହାର ଲାଭ ଦେଶର କୋଟି କୋଟି ବରିଷ୍ଠ ନାଗରିକ ପାଇବେ।

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଦେଶର ଗରିବ ପରିବାରକୁ ପ୍ରତିବର୍ଷ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳିଥାଏ । କିନ୍ତୁ ଏବେ ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକ ଏହି ଯୋଜନାର ଲାଭ ପାଇବେ, ସେମାନେ ଗରିବ ପରିବାରର ହୁଅନ୍ତୁ କି ଧନୀ ଏବଂ ଯେତେ ରୋଜଗାର ହେଉ ନା କାହିଁକି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ସାରା ଦେଶରେ ୬ କୋଟି ବରିଷ୍ଠ ନାଗରିକ ଏହି ଯୋଜନାର ଲାଭ ପାଇବେ।

ଆୟୁଷ୍ମାନ ଭାରତ ଯୋଜନାରେ ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ମଧ୍ୟ ଅନ୍ତର୍ଭୁକ୍ତ ହୋଇଛନ୍ତି। ଶୀଘ୍ର ସେମାନଙ୍କ ପାଇଁ କାର୍ଡ ତିଆରି ଆରମ୍ଭ ହେବ। ଏଥିପାଇଁ ଏକ ପୋର୍ଟାଲ୍ ପ୍ରସ୍ତୁତ କରାଯାଇଛି। https://beneficiary.nha.gov.in/  ତେବେ ଏହି ଲିଙ୍କରେ ଯାଇ ଆବେଦନ କରିପାରିବେ ହିତାଧିକାରୀ। ଖୁବଶୀଘ୍ର ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କ ପାଇଁ ଆବେଦନ ଆରମ୍ଭ ହେବାକୁ ଯାଉଛି।

Leave A Reply

Your email address will not be published.