ହରିୟାଣା ନିର୍ବାଚନ ପୂର୍ବରୁ କଂଗ୍ରେସ ଖେଳିଲା ନୂଆ କାର୍ଡ, ଅସୁବିଧାରେ ପଡ଼ିବ କି ବିଜେପି ?
ଓଏଲ୍ ବ୍ୟୁରୋ: ଅକ୍ଟୋବର ୫ ତାରିଖରେ ଅନୁଷ୍ଠିତ ହେବ ହରିୟାଣା ବିଧାନସଭା ନିର୍ବାଚନ। ଗଣତନ୍ତ୍ର ପର୍ବର ବୈତରଣୀ ପାର କରିବା ପାଇଁ ବିଭିନ୍ନ ଦଳ ଆପଣେଇଛନ୍ତି ସ୍ବତନ୍ତ୍ର ରଣନୀତି। ବିଶେଷ ଭାବେ ହରିୟାଣାରେ ବିଜେପି, କଂଗ୍ରେସ ଓ ଆପ୍ ମଧ୍ୟରେ ଦେଖିବାକୁ ମିଳୁଛି ମହା ଲଢ଼େଇ। ଏସବୁ ମଧ୍ୟରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ନେଇ ଦେଇଛି ବିସ୍ଫୋରକ ବୟାନ। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ହରିୟାଣା ମୁଖ୍ୟମନ୍ତ୍ରୀ ପଦରୁ ଖଟ୍ଟରୁ ନିବୃତ ହେବା ପରେ ଆମ ଦଳ ସହିତ ଯୋଗାଯୋଗ କରିଥିଲେ। ଅନ୍ୟପଟେ ବିଜେପି ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ରଖା ଯାଇ ନାହିଁ।
ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ, କଂଗ୍ରେସର ବରିଷ୍ଠ ନେତା ପବନ ଖେଡ଼ା ଦାବି କରିଛନ୍ତି ଯେ ମନୋହର ଲାଲ ଖଟ୍ଟରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ କଂଗ୍ରେସ ପାଖକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ପଦରୁ ଖଟ୍ଟରଙ୍କୁ ହେଟେଇବା ପରେ ସେ ବହୁତ ଦୁଃଖୀ ଥିଲେ। ଆଉ କିଛି ଘନିଷ୍ଠ ସହଯୋଗୀଙ୍କ ସହିତ କଂଗ୍ରେସରେ ଯୋଗଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ସେମିତି କିଛି ସମ୍ଭବ ହୋଇ ନଥିଲା ବୋଲି କହିଛନ୍ତି ପବନ ଖେଡ଼ା।
ସେ ଆହୁରି କହିଛନ୍ତି, ଖଟ୍ଟରଙ୍କ ଶାସନରେ ହରିୟାଣାବାସୀ ଅନେକ ଅସଫଳତା ଦେଖିଛନ୍ତି। ହରିୟାଣା ଜନତାଙ୍କ ରାଗ ଶାନ୍ତ ଏତେ ଶୀଘ୍ର ଥମିବ ନାହିଁ। ଲୋକେ ବିଜେପି ଉପରେ ଏତେ ଯୋରରେ ରାଗିଛନ୍ତି ଯେ ଇଭିଏମ୍ ମେସିନରେ ବଟମ୍ ଦବେଇଲା ବେଳକୁ ମେସିନ୍ ଭାଙ୍ଗିବି ଯାଇପାରେ। ହେଲେ ପବନ ଖେଡ଼ାଙ୍କ ପ୍ରତିକ୍ରିୟା ଉପରେ ମନୋହର ଲାଲ ଖଟ୍ଟର ହୁଅନ୍ତା ବିଜେପି କେହି ଏହି ପ୍ରସଙ୍ଗରେ ମତ ପ୍ରକାଶ କରି ନାହାନ୍ତି।