Odisha Link
Bridging the Missing Links in Odisha

ଜମି ଦୁର୍ନୀତି ମାମଲା: ସିଦ୍ଦରମୈୟାଙ୍କୁ ଶକ୍ତ ଝଟ୍‌କା

ଓଏଲ୍‌ ବ୍ୟୁରୋ: ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ମଙ୍ଗଳବାର ବଡ଼ ଝଟ୍‌କା ଲାଗିଛି। ଏହି ମାମଲା ଉପରେ କରିଥିବା ଆବେଦନ କର୍ଣ୍ଣାଟକ ହାଇକୋର୍ଟ ଖାରଜ ହୋଇଯାଇଛି। ରାଜ୍ୟପାଳଙ୍କ ତଦନ୍ତ ମଞ୍ଜୁରୀକୁ ଚାଲେଂଜ ଆବେଦନ ଖାରଜ କରିଛନ୍ତି। ତାଙ୍କ ବିରୋଧରେ ତଦନ୍ତ ପାଇଁ ରାଜ୍ୟପାଳଙ୍କ ମଞ୍ଜୁରୀକୁ ଚ୍ୟାଲେଞ୍ଜ କରିଥିଲେ। ମହୀଶୂର ଜମି ଦୁର୍ନୀତିରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗର ତଦନ୍ତ ପାଇଁ ରାଜ୍ୟପାଳ ମଞ୍ଜୁରୀ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କୁ ବେଆଇନ ଜମି ହସ୍ତାନ୍ତର ଅଭିଯୋଗ ଥିଲାକର୍ନାଟକ ହାଇକୋର୍ଟର ଏକକ ବେଞ୍ଚରୁ ଆଶ୍ୱସ୍ତି ନ ମିଳିବା ପରେ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଅର୍ଥାତ୍‌ ବୁଧବାର ଡବଲ ବେଞ୍ଚରେ ଆବେଦନ କରିପାରିବେ। ସିଦ୍ଦରମୈୟାଙ୍କ ଏଥିପାଇଁ ପ୍ରସ୍ତୁତ ହେଉଥିବା କୁହାଯାଉଛି।

ଅଣ୍ଟାପେଟ, ଆଜି ହାଇକୋର୍ଟ ବିଚାରପତି ଜଷ୍ଟିସ ଏମ ନାଗପ୍ରସନ୍ନ ଏହି ମାମଲା ଉପରେ ଶୁଣାଣି କରି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଆବେଦନକୁ ଖାରଜ କରିଛନ୍ତି। ଏ ମାମଲା ଉପରେ ନିଷ୍ପତ୍ତି ନେବାପାଇଁ ରାଜ୍ୟପାଳଙ୍କର ସାମ୍ବିଧାନିକ ଅଧିକାର ରହିଛି। ତାଙ୍କ ନିର୍ଦ୍ଦେଶ ଅନୁସାରେ, ଜମି ଦୁର୍ନୀତି ମାମଲାରେ ତଦନ୍ତ ହୋଇପାରିବ।

ହାଇକୋର୍ଟ ଏଥିରେ ପ୍ରତିବନ୍ଧକ ଲଗାଇ ପାରିବେ ନାହିଁ ବୋଲି ଜଷ୍ଟିସ ନାଗ ପ୍ରସନ୍ନ କହିଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ଡବଲ ବେଞ୍ଚରେ ଅପିଲ କରନ୍ତି, ତେବେ ଏହି ଆବେଦନର ଶୁଣାଣି ଶେଷ ନ ହେବା ପର୍ଯ୍ୟନ୍ତ ନିମ୍ନ ଅଦାଲତରେ ଶୁଣାଣି ରହିବାକୁ ଏକ ଅପିଲ କରାଯାଇପାରିବ।

Leave A Reply

Your email address will not be published.