Odisha Link
Bridging the Missing Links in Odisha

ଲେବାନନ ଉପରେ ବଡ଼ ଧରଣର ଆକ୍ରମଣ ଜାରି ରଖିଛି ଇସ୍ରାଏଲ, ଦିନକରେ ଗଲାଣି ୫୦୦ ଜୀବନ

ଓଏଲ୍‌ ବ୍ୟୁରୋ: ତ୍ରୀବ ହେବାରେ ଲାଗିଛି ଇସ୍ରାଏଲ ଓ ହେଜବୁଲ୍ଲା ବିବାଦ। ଲେବାନନ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌। ଲେବାନନ ଉପରେ ଏୟାରଷ୍ଟ୍ରାଇକ୍‌ କରି ଚାଲିଛି ଇସ୍ରାଏଲ। ଲେବାନନ ଉପରେ ପାଖାପାଖି ୧୬୦୦ ଏୟାରଷ୍ଟ୍ରାଇକ୍‌ କରିଛି ଇସ୍ରାଏଲ। ହେଜବୁଲ୍ଲାର ୩୦୦ଟି ଠିକଣା ଉପରେ ଆକ୍ରମଣ କରିଛି ଇସ୍ରାଏଲ। ଯାହାଫଳରେ ୪୯୨ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି। ମୃତକଙ୍କ ମଧ୍ୟରେ ପାଖାପାଖୀ ୧୦୦ ଜଣ ମହିଳା ଓ ଶିଶୁ ଥିବା ସୂଚନା ରହିଛି। ଶହ ଶହ ଲୋକ ଆହତ ହୋଇଛନ୍ତି। ଲେବାନନ୍ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପ୍ରାୟ ୩ ଶହରୁ ଅଧିକ ହେଜବୁଲ୍ଲା କ୍ୟାମ୍ପକୁ ଇସ୍ରାଏଲ୍ ଟାର୍ଗେଟ୍ କରିଛି। ହେଜବୁଲ୍ଲା ପକ୍ଷରୁ ଘନ ଘନ ରକେଟ୍ ଓ ମିଜାଇଲ ମାଡ଼ରେ ଦୋହଲି ଯାଇଛି ଇସ୍ରାଏଲ। ଏମିତିକି ଲୋକମାନେ ଭୟରେ ମାଟି ତଳେ ବଙ୍କର ଭିତରେ ଆଶ୍ରୟ ନେଇଛନ୍ତି।

ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ଯେ ଲେବାନନର ସମର୍ଥିତ ହେଜବୁଲ୍ଲା ସଂଗଠନର ଆତଙ୍କବାଦ ଗୋଷ୍ଠୀର କାର୍ଯ୍ୟକଳାପକୁ ଆଖି ଆଗରେ ରଖି ୩୦୦ଟି ଠିକଣା ଉପରେ ଆକ୍ରମଣ କରାଯାଇଛି। ଅନ୍ୟପଟେ ଲେବାନନ ପକ୍ଷରୁ ଦାବି କରାଯାଇଛି ଯେ ଏହି ଆକ୍ରମଣ ହେବା ଯୋଗୁଁ ୪୯୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ସୂଚନାଥାଉକି,ଲେବାନନର ସମର୍ଥିତ ହେଜବୁଲା ସଂଗଠନର ଆତଙ୍କବାଦ ଗୋଷ୍ଠୀ ଯେଉଁ ଅଞ୍ଚଳରେ ଅସ୍ତ୍ରଶସ୍ତ୍ର ସଂରକ୍ଷଣ କରୁଛନ୍ତି, ସେଠାରୁ ସାଧାରଣ ଲୋକଙ୍କୁ ଚାଲିଯିବାକୁ ପରାମର୍ଶ ଦେଇଥିଲା ଇସ୍ରାଏଲ ପ୍ରତିରକ୍ଷା ବାହିନୀ।

ଅନ୍ୟପଟେ ଇସ୍ରାଏଲକୁ ମୁହଁତୋଡ଼ ଜବାବ ଦେଇଛି ହେଜବୁଲ୍ଲା ସଂଗଠନ। ଇସ୍ରାଏଲର ଉତ୍ତର ଭାଗକୁ ଟାର୍ଗେଟ କରିଛି ହେଜବୁଲ୍ଲା। ଉତ୍ତର ଇସ୍ରାଏଲ ଉପରେ ୨୦୦ଟି ରକେଟ ମାଡ଼ କରିଛି ହେଜବୁଲ୍ଲା। ବିଳମ୍ବିତ ରାତିରେ ଉତ୍ତର ଇସ୍ରାଲର ହାଇଫା, ଅଫଉଲା, ନାଜରେଥ ଓ ଅନ୍ୟ ସହର ଉପରେ ରକେଟ ମାଡ଼ କରିଛି ହେଜବୁଲ୍ଲା।

Leave A Reply

Your email address will not be published.