ଚର୍ଚ୍ଚାରେ ଲାଗିଲା ବିରାମ, ଓଡ଼ିଶାରୁ ଓହରିନି JSW
ଓଏଲ୍ ବ୍ୟୁରୋ: ଓଡ଼ିଶାରେ ହେବ ନାହିଁ JSW ପ୍ଲାଣ୍ଟ। ଓଡ଼ିଶାରେ ଇଭି ପ୍ରକଳ୍ପ କରିବନି JSW। ଓଡ଼ିଶାରେ ପ୍ରସ୍ତାବିତ JSW ପ୍ଲାଣ୍ଟ ମହାରାଷ୍ଟ୍ରକୁ ଚାଲିଯିବା ନେଇ ଚର୍ଚ୍ଚା। ଗତ ୭ ମାସ ତଳେ ପୂର୍ବ ସରକାର ସମୟରେ ହୋଇଥିଲା ଚୁକ୍ତି। ଏବେ ପ୍ଲାଣ୍ଟ ମହାରାଷ୍ଟ୍ରକୁ ଚାଲିଯିବା ଚର୍ଚ୍ଚା ଜୋର ଧରିଛି। ଏସବୁ ମଧ୍ୟରେ ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛି JSW।
ଓଡ଼ିଶାରେ ପ୍ରସ୍ତାବିତ ଇଭି ପ୍ରକଳ୍ପରୁ ଓହରିବା ଚର୍ଚ୍ଚା ପୂର୍ଣ୍ଣଛେଦ ଟାଣିଲା JSW । ଏନେଇ କମ୍ପାନୀ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ଓଡ଼ିଶାରେ ପ୍ରସ୍ତାବିତ ୪୦ ହଜାର କୋଟିର ଇଭି ପ୍ରକଳ୍ପରୁ JSW ଓହରିନାହିଁ। ଏନେଇ JSWର ଏକ୍ଜିକ୍ୟୁଟିଭ୍ ଭାଇସ୍ ପ୍ରେସିଡେଣ୍ଟ ରଞ୍ଜନ ନାୟକ ସ୍ପଷ୍ଟୀକରଣ ରଖିଛନ୍ତି।
ଆଜି ସକାଳେ JSW ପ୍ଲାଣ୍ଟ ମହାରାଷ୍ଟ୍ରକୁ ଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ। ସେ କହିଥିଲେ ଯେ, JSW ସହ ଆଲୋଚନା ଚାଲିଛି। ନିର୍ଣ୍ଣୟ ଆସିଲେ ଜଣାଯିବ। ସେମାନେ ଓଡିଶା ଛାଡ଼ିବା ସମ୍ପର୍କରେ ଫାଇନାଲ ହୋଇନାହିଁ। ନିବେଶକ ମାନେ ସେମାନଙ୍କ ମୁତାବକ ନିବେଶ କରନ୍ତି। ବିଭିନ୍ନ କାରଣ ପ୍ରକଳ୍ପ ବିଳମ୍ବ ହୁଏ। JSW ଇଭି ଆରମ୍ଭରେ ମଧ୍ୟ ବିଳମ୍ବ ହୋଇଛି। ପୂର୍ବ ସରକାରରେ କଣ ହେଇଛି ସେନେଇ ଆମେ କଥା ବାର୍ତ୍ତା କରିବୁ। ସିଫ୍ଟ ହେବା ନେଇ ଫାଇନାଲ ହୋଇନାହିଁ। ଆମକୁ ସୂଚନା ମିଳିନାହିଁ।
ସୂଚନାଥାଉକି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗତ ଫେବ୍ରୁଆରୀରେ ୪୦ ହଜାର କୋଟି ପୁଞ୍ଜି ନିବେଶରେ ଓଡ଼ିଶାରେ ଇଭି ଉତ୍ପାଦନ କାରଖାନା କରିବା ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲା JSW। ଏଥିପାଇଁ ତତ୍କାଳୀନ ନବୀନ ସରକାର କଟକ ନରାଜ ଠାରେ ୯୦୦ ଏକର ଜମି କମ୍ପାନୀକୁ ପ୍ରଦାନ କରିଥିଲେ।