Odisha Link
Bridging the Missing Links in Odisha

ସୁବର୍ଣ୍ଣରେଖାରେ ବାଲିଘାଟ ବନ୍ଦ ନିର୍ଦ୍ଦେଶ, କ୍ଷତିଭରଣା କରିବେ ଲିଜଧାରୀ

ଓଏଲ୍‌ ବ୍ୟୁରୋ: ସୁବର୍ଣ୍ଣରେଖା ନଦୀରେ ସଂପୂର୍ଣ୍ଣ ବାଲିଘାଟ ବନ୍ଦ ପାଇଁ ଏନଜିଟି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ରାୟରାମଚନ୍ଦ୍ରପୁର ବାଲିଘାଟର ପରିବେଶ ମଞ୍ଜୁରୀ ବାତିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଲିଜଧାରୀଙ୍କଠୁ ପରିବେଶ କ୍ଷତିଭରଣା ସହ ମାମଲା କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଜଳେଶ୍ୱର ରାୟରାମଚନ୍ଦ୍ରପୁର ବାଲିଘାଟ ନେଇ ଏନଜିଟିରେ ମାମଲା ହୋଇଥିଲା। ମେସିନ ଲଗାଇ ବର୍ଷା ଦିନେ ବାଲି ଉଠାଯାଉଥିବା ଅଭିଯୋଗ କରାଯାଇଥିଲା। ଏହା ପରେ ମାମଲାର ଶୁଣାଣି କରି ଏନଜିଟି ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.