ସମ୍ବଲପୁରୀ ଗାୟିକା ମୃତ୍ୟୁ ଘଟଣା: ୩ ଅଭିନେତାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ

ଓଏଲ୍ ବ୍ୟୁରୋ: ଗାୟିକା ରୁକ୍ସାନା ବାନୋଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ବଢ଼ିବାରେ ଲାଗିଛି। ଏସବୁ ଭିତରେ ପରିବାର ଲୋକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସ୍କ୍ରବ୍ ଟାଇଫସ୍ ନୁହେଁ ସ୍ଲୋ ପଏଜନ ଯୋଗୁଁ ମୃତ୍ୟୁ ଅଭିଯୋଗ ହୋଇଛି। ସ୍ଲୋ ପଏଜନ ଦେଇ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ରିଲ୍ସ କୁଇନ୍ ରୁକସାନା ବାନୋ ମୃତ୍ୟୁ ମାମଲାକୁ ନେଇ ଟାଉନ୍ ଥାନାରେ ୫ ଜଣଙ୍କ ନାଁରେ ରୁକସାନାଙ୍କ ମାଆ ଏତଲା ଦେଇଛନ୍ତି। ୩ ଆଲବମ ଅଭିନେତା ରୁକୁ ସୁନା, ଆଲେକ୍ସ, ଜିତୁଙ୍କ ନାଁରେ ଏତଲା ଦିଆଯାଇଛି। ଏହା ସହ ଜଣେ ସମ୍ବଲପୁରୀ ଗାୟକଙ୍କ ନାଁରେ ଅଭିଯୋଗ କରିଛନ୍ତି ରୁକ୍ସାନା ବାନୋଙ୍କ ପରିବାର।
ସୂଚନା ଅନୁସାରେ, ସମ୍ବଲପୁରୀ ଗାୟିକା ଜଣକ କିଛି ଦିନ ତଳେ ବଲାଙ୍ଗିରରେ ସୁଟିଂ ବେଳେ ଅସୁସ୍ଥ ହୋଇଥିଲେ। ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରରେ ମୃତ୍ୟୁ ହୋଇଛି।