Odisha Link
Bridging the Missing Links in Odisha

ଆଜିଠୁ ଶ୍ରୀକ୍ଷେତ୍ରରେ ଶାରଦୀୟ ପାର୍ବଣର ଷୋଡ଼ଶ ଦିନାତ୍ମକ ପୂଜା, ଜାଣନ୍ତୁ କେମିତି ହୁଏ ପାଳନ..

ଓଏଲ୍‌ ବ୍ୟୁରୋ: ଆଜି ଠାରୁ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ସମେତ ଅନ୍ୟାନ୍ୟ ଦେବୀ ପୀଠ ମାନଙ୍କରେ ଆରମ୍ଭ ହେବ ଶାରଦୀୟ ପାର୍ବଣର ଷୋଡ଼ଶ ଦିନାତ୍ମକ ପୂଜା ବା ଷୋଳପୂଜା। ଏନେଇ ଶ୍ରୀନହରରେ ବିଧି ଅନୁସାରେ ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ତୋତ୍ରୀୟ ବ୍ରାହ୍ମଣ ମାନଙ୍କୁ ବରଣ କରିଛନ୍ତି। ୧୬ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ପୂଜା ପାଇଁ ରାଜଗୁରୁ, ଦେଉଳ ପୁରୋହିତ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ଓ ନଡିଆ ଆଚାର୍ଯ୍ୟ ମାନଙ୍କୁ ପ୍ରଦାନ କରିଛନ୍ତି।

୨୧ ଜଣ ସ୍ତୋତ୍ରୀୟ ବ୍ରାହ୍ମଣଙ୍କୁ ଏହି ଅବସରରେ ବରଣ କରାଯାଇଥିବା ବେଳେ ସେମାନଙ୍କୁ ବସ୍ତ୍ର ଦାନ କରିବା ସହ ପୀଠରେ ପୂଜା ପାଇଁ ନିଯୁକ୍ତ କରିଛନ୍ତି। ଏହି ଆଚାର୍ଯ୍ୟ ମାନେ ଷୋଳପୂଜାର ବିଧି ଅନୁଯାୟୀ ପୁରୀରେ ଥିବା ଶକ୍ତିପୀଠ ଗୁଡ଼ିକରେ ଚଣ୍ତୀପାଠ, ଦୁର୍ଗା ଆରାଧନା ପ୍ରଭୃତି କରିବେ।

Leave A Reply

Your email address will not be published.