Odisha Link
Bridging the Missing Links in Odisha

୮୫ ହଜାର ଛୁଇଁଲା ସେନସେକ୍ସ, ସେୟାର ମାର୍କେଟ ପୁଣିଥରେ ରଚିଲା ଇତିହାସ

ଓଏଲ୍‌ ବ୍ୟୁରୋ: ସେୟାର ବଜାରରେ ନୂଆ ଶିଖର ଛୁଇଁଲା ସେନସେକ୍ସ। ମଙ୍ଗଳବାର ସେନସେକ୍ସ ଓ ନିଫ୍ଟି ଲାଲ ମାର୍କରେ କାରବାର ଆରମ୍ଭ କରିଥିଲେ। ମାର୍କେଟ ଖୋଲିବାର ୧୫ ମିନିଟ ପରେ ସେନସେକ୍ସ ଓ ନିଫ୍ଟି ଗ୍ରୀନ୍‌ ମାର୍କକୁ ଆସିଥିଲେ। ଏହାରି ମଧ୍ୟରେ ସେୟାର ମାର୍କେଟ ନୂଆ ଇତିହାସ ରଚିଛି। ବମ୍ବେ ଷ୍ଟକ ଏକ୍ସଚେଞରେ ସେନସେକ୍ସ ସର୍ବକାଳୀନ ରେକର୍ଡ ଛୁଇଁଲା। ୮୪ ହଜାର ୭୮୭ ପଏଣ୍ଟରୁ କାରବାର ଆରମ୍ଭ କରି ୮୫ ହଜାର ଛୁଇଁଲା ସେନସେକ୍ସ। ସେହିପରି ନିଫ୍ଟି ବି ଉପରମୁହାଁ ହୋଇଛି। ୨୬ ହଜାର ମାର୍କ ନିକଟତର ହୋଇଛି ନିଫ୍ଟି।

ମଙ୍ଗଳବାର ଆରମ୍ଭରୁ ଭାରତୀୟ ସେୟାର ବଜାର ଲାଲ ମାର୍କରେ କାରବାର ଆରମ୍ଭ କରିଥିଲା। ୧୩୦.୯୨ ପଏଣ୍ଟ ତଳକୁ ଖସି ୮୪,୮୬୦.୭୩ରେ କାରବାର ଆରମ୍ଭ କରିଥିଲା ସେନସେକ୍ସ। ୧୫ ମିନିଟ ପରେ ଗ୍ରୀନ୍‌ ମାର୍କରେ ପରିଣତ ହୋଇଥିଲା ସେନସେକ୍ସ। ୧୧୫ ପଏଣ୍ଟ ଉପରକୁ ଉଠି ୮୫,୦୫୨.୪୨ରେ ପହଁଞ୍ଚିଥିଲା ସେନସେକ୍ସ।

ଅନ୍ୟପଟେ ନିଫ୍ଟି ୨୨.୮୦ ପଏଣ୍ଟ ତଳକୁ ଖସି ୨୫,୯୧୬.୨୦ରେ କାରବାର ଆରମ୍ଭ କରିଥିଲା। କାରବାରର ୧୫ ମିନିଟ ପରେ ସେନସେକ୍ସ ପରି ଉପରକୁ ଉଠିଥିଲା ନିଫ୍ଟି। ୨୬ ହଜାର ମାର୍କ ପାଖାପାଖି କାରବାର କରୁଥିଲା ନିଫ୍ଟି।

Leave A Reply

Your email address will not be published.