ବିଶ୍ୱ ଦକ୍ଷତା ପ୍ରତିଯୋଗିତା ୨୦୨୪: ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ବିଶ୍ୱ ଦେଖିଲା ଓଡ଼ିଆଙ୍କ ଦକ୍ଷତା। ଫ୍ରାନ୍ସର ଲିଓନ୍ଠାରେ ଅନୁଷ୍ଠିତ “ବିଶ୍ୱ ଦକ୍ଷତା ପ୍ରତିଯୋଗିତା-୨୦୨୪”ରେ ସଫଳତା ହାସଲ କରି ଓଡ଼ିଶା ତଥା ଭାରତକୁ ଗର୍ବିତ କରିଥିବା ‘ସ୍କିଲ୍ଡ୍ ଇନ୍ ଓଡ଼ିଶା’ର ଦୁଇ ପ୍ରତିଯୋଗୀ ଅମରେଶ କୁମାର ସାହୁ ଓ ଅଖିଳ ଗେଡେଲାଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ସୂଚନା ଅନୁସାରେ, ଫ୍ରାନ୍ସର ଲିଓନ୍ଠାରେ ଅନୁଷ୍ଠିତ ହେଉଥିବା ୪୭ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେଇ ଓଡ଼ିଶା ତଥା ଭାରତକୁ ଗର୍ବିତ କରିଛନ୍ତି ଅମରେଶ କୁମାର ସାହୁ ଓ ଅଖିଳ ଗେଡେଲା। ‘ସ୍କିଲ୍ଡ୍ ଇନ୍ ଓଡ଼ିଶା’ର ଦୁଇ ପ୍ରତିଯୋଗୀ ଅମରେଶ କୁମାର ସାହୁ ଓ ଅଖିଳ ଗେଡେଲା ବିଜୟୀ ହୋଇଛନ୍ତି।