Odisha Link
Bridging the Missing Links in Odisha

ଭରତପୁର ଥାନାକାଣ୍ଡ: ଦୀନକୃଷ୍ଣ ମିଶ୍ରଙ୍କ ସମସ୍ତ ଟେଷ୍ଟ ପାଇଁ ମିଳିଲା ଅନୁମତି

ଓଏଲ୍‌ ବ୍ୟୁରୋ: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ଏହି ଘଟଣାରେ କ୍ରାଇମବ୍ରାଞ୍ଚକୁ ସହଯୋଗ ପାଇଁ ଦୀନକୃଷ୍ଣ ମିଶ୍ର ସମର୍ଥନ ଦେଇଛନ୍ତି। ଭରତପୁର ଘଟଣାରେ କ୍ରାଇମବ୍ରାଞ୍ଚର ଆବେଦନ ପରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଭୁବନେଶ୍ବର ଜେଏମଏଫସି କୋର୍ଟରେ ହାଜର ହୋଇଛନ୍ତି। କୋର୍ଟରେ ହାଜର ହେବା ପରେ ସମସ୍ତ ପ୍ରକାର ଟେଷ୍ଟ ପାଇଁ ଦୀନକୃଷ୍ଣ ମିଶ୍ର ରାଜି ହୋଇଛନ୍ତି।

ପଲିଗ୍ରାଫ, ନାର୍କୋ ଓ ବ୍ରେନ ମ୍ୟାପିଂ ଟେଷ୍ଟ ପାଇଁ ରାଜି ହୋଇଛନ୍ତି। ଦୀନକୃଷ୍ଣ ସମସ୍ତ ଟେଷ୍ଟ ପାଇଁ ସହମତି ଦେଇଥିବାବେଳେ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ବ୍ରେନ୍ ମ୍ୟାପିଂ, ଲାଏ ଡିଟେକ୍ସନ୍ ଓ ନାର୍କୋ ଟେଷ୍ଟ ପାଇଁ ଅନୁମତି ମିଳିଛି। ଗୁଜରାଟର ଫରେନସିକ୍‌ ଲ୍ୟାବରେ ସମସ୍ତ ଟେଷ୍ଟ କରାଯିବ। ବିଳମ୍ବ ନକରି ସମସ୍ତ ପରୀକ୍ଷା ଶୀଘ୍ର ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ସରିବା ପରେ କୋର୍ଟରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.