Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ସୂଚନା: ଦ୍ୱିତୀୟ ପର୍ଯ୍ୟାୟରେ ଏହି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ଏହି ଯୋଜନାର ଶୁଭାରମ୍ଭ କରିଥିବାବେଳେ ପ୍ରାୟ ସୁଭଦ୍ରା ଟଙ୍କା ୨୫.୧୧ ଲକ୍ଷ ମହିଳାଙ୍କୁ ଟଙ୍କା ପ୍ରଦାନ କରାଯାଇଛି। ଅନେକ ଲୋକଙ୍କର ପ୍ରଥମ କିସ୍ତି ଟଙ୍କା ଆସିଯାଇଥିବାରୁ, ବାକି ମହିଳାଙ୍କ ଭିତରେ ବ୍ୟଗ୍ରତା ବଢ଼ିଯାଇଛି। ଯେଉଁମାନେ ଆବେଦନ କରିଛନ୍ତି ଓ ସେମାନଙ୍କ ଖାତାକୁ ଟଙ୍କା ଆସିନି, ସେମାନେ ପ୍ରତିଦିନ ଆଶା ବାନ୍ଧି ବ୍ୟାଙ୍କକୁ ଦୌଡୁଛନ୍ତି। ଟଙ୍କା ଆସିବ କି ନାହିଁ ଦ୍ୱନ୍ଦ୍ୱ ବଢ଼ିଥିବାବେଳେ ମୁଖ୍ୟମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି। ଖୁବଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟରେ ଟଙ୍କା ପ୍ରଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୨୫ ଲକ୍ଷ ଲୋକଙ୍କୁ ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଅନ୍ୟପଟେ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ୯୨ ଲକ୍ଷ ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଥିବା ଜଣା ପଡିଛି। ଆମେ ୨୫.୧୧ ଲକ୍ଷ ମହିଳାଙ୍କୁ ଟଙ୍କା ହସ୍ତାନ୍ତର କରିଛୁ। E-KYC ଯାଞ୍ଚ ହେତୁ ଟଙ୍କା ଟ୍ରାନ୍ସଫର ପ୍ରକ୍ରିୟା ବିଳମ୍ବ ହେଉଛି। ଆମେ ଆଶା କରୁଛୁ ଏକ କୋଟି ଆବେଦନ ଗ୍ରହଣ କରାଯିବ। ସମସ୍ତ ଆବେଦନଗୁଡିକ ଯାଞ୍ଚ କରାଯିବ। ଆମେ ଖୁବଶୀଘ୍ର ୧ କୋଟି ମହିଳାଙ୍କ ନିକଟରେ ପହଞ୍ଚିବୁ। ସମସ୍ତ ଯୋଗ୍ୟ ମହିଳା ମାର୍ଚ୍ଚ ୮ ରେ ଦ୍ୱିତୀୟ କିସ୍ତି ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।

Leave A Reply

Your email address will not be published.