Odisha Link
Bridging the Missing Links in Odisha

କିଏ ହେବେ ପିସିସି ସଭାପତି? ବଡ଼ ସୂଚନା ଦେଲେ ବରିଷ୍ଠ ନେତା

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର କ୍ଷମତାରେ ବିରାମ ଲାଗିଛି। ବିଜୁ ଜନତା ଦଳର ସରକାରକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ଇତି ମଧ୍ୟରେ ରାଜ୍ୟରେ ମୋହନ ସରକାରକୁ ୧୦୦ ଦିନ ପୂରଣ ହୋଇଛି। ହେଲେ ଏଯାଏଁ ବିଜେଡି ପରାଜୟର କାରଣ ଖୋଜା ଶେଷ ହୋଇନାହିଁ। ଦଳ ତରଫରୁ ପରାଜୟ ସମୀକ୍ଷା ପାଇଁ କୌଣସି କମିଟି ଗଠନ ହୋଇନଥିଲେ ମଧ୍ୟ ନେତାମାନେ ସିଧାସଳଖ ଦୁର୍ବଳ ନିର୍ବାଚନ ପରିଚାଳନାକୁ ଦାୟୀ କରିଛନ୍ତି।

ଅନ୍ୟପଟେ, ରାଜ୍ୟରେ କଂଗ୍ରେସ ବଡ଼ ପରାଜୟ ବରଣ କରିଥିବାବେଳେ ପିସିସି ସଭାପତି ଚର୍ଚ୍ଚାରେ ବିରାମ ଲାଗି ପାରିନାହିଁ। କଂଗ୍ରେସ ଜାତୀୟ ଦଳ ହୋଇ ମଧ୍ୟ ଓଡିଶା କଂଗ୍ରେସର ମଙ୍ଗ ସମ୍ଭାଳିବ କିଏ ସ୍ଥିର ହୋଇପାରିନାହିଁ। ଯୁବ ନା ବରିଷ୍ଠଙ୍କୁ ମିଳିବ ମଙ୍ଗୁଆଳ ହେବାର ସୁଯୋଗ, ପ୍ରଦେଶ କଂଗ୍ରେସ କମିଟି ଭଙ୍ଗ ହେବା ସହ ପିସିସି ସଭାପତି ପଦରୁ ଶରତ ପଟ୍ଟନାୟକ ହଟିବା ପରେ ୟାକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି।

ଏସବୁ ଚର୍ଚ୍ଚା ଭିତରେ ଖୁବଶୀଘ୍ର ପିସିସି ସଭାପତିଙ୍କ ନାମ ଘୋଷଣା ହେବା ନେଇ ସୂଚନା ରହିଛି। ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ଖୁବଶୀଘ୍ର ପିସିସି ସଭାପତିଙ୍କ ନାମ ଘୋଷଣା ହେବ। ରାହୁଲ ଗାନ୍ଧୀ ନାମ ଘୋଷଣା କରିବେ। କାର୍ଯ୍ୟ ବ୍ୟସ୍ତ ଯୋଗୁଁ ଏଯାବତ ନାମ ଘୋଷଣା ହୋଇପାରିନଥିବା ସେ କହିଛନ୍ତି।

Leave A Reply

Your email address will not be published.