Odisha Link
Bridging the Missing Links in Odisha

ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା: ସୁନ୍ଦରପୁରରେ କ୍ରାଇମ୍ ସିନ୍ ରିକ୍ରିଏସନ୍

ଓଏଲ୍‌ ବ୍ୟୁରୋ: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଥିବାବେଳେ ଭରତପୁର ଥାନାରେ କ୍ରାଇମ ସିନ୍ ରିକ୍ରିଏସନ୍ ପରେ ସୁନ୍ଦରପୁରରେ କ୍ରାଇମବ୍ରାଞ୍ଚ ଟିମ୍‌ ପହଂଚିଛନ୍ତି। ମେଜର ଓ ବାନ୍ଧବୀ ମଧ୍ୟ ପହଂଚିଛନ୍ତି।

ସେଦିନ ରାତିରେ କ’ଣ ଘଟିଥିଲା ଖୋଳତାଡ଼ ଚାଲିଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ପଥରଗାଡ଼ିଆର ନିଛାଟିଆ ରାସ୍ତାରେ ଅନୁଧ୍ୟାନ ଚାଲିଛି। ଯେଉଁଠି ମେଜର ଓ ପୀଡ଼ିତାଙ୍କୁ କିଛି ଯୁବକ ଅଟକାଇଥିଲେ। ଯାହାକୁ ନେଇ ବଚସା ଓ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଅନ୍ୟପଟେ, ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଭୁବନେଶ୍ବରଠୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ହେଉଛି ଜୋରଦାର ଚର୍ଚ୍ଚା। ଦିନ ପରେ ଦିନ ଗଡ଼ିବାରେ ଲାଗିଛି ଆଉ ସାମ୍ନାକୁ ଆସୁଛି ନୂଆ ନୂଆ ଟ୍ବିଷ୍ଟ। ପ୍ରଥମେ ପୁଲିସ ଥାନାରେ ଭଙ୍ଗାରୁଜା ଏବଂ ଆକ୍ରମଣ ଘଟଣା ନେଇ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଆଡକୁ ଆଙ୍ଗୁଠି ଉଠିଥିଲା। ହେଲେ ପରବର୍ତ୍ତୀ ସମୟରେ ପୁଲିସ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ।

ଆଉ ଅଭିଯୋଗ ଉପରେ ଡିଜିପି ନେଲେ କାର୍ଯ୍ୟାନୁଷ୍ଠାନ। ଏପିରିକି ତଦନ୍ତ ସ୍ୱରୂପ ପାଞ୍ଚ ଜଣ ପୁଲିସ ଅଫିସରଙ୍କୁ ନିଲମ୍ବିତ ବି କରାଗଲା। ତେବେ ସେ ଦିନ ରାତିରେ ଭରତପୁର ଥାନାରେ କ’ଣ ହୋଇଥିଲା। କାହା ପାଖରେ ବି ନାହିଁ ସଠିକ୍‌ ପ୍ରମାଣ। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ କ୍ରାଇମବ୍ରାଞ୍ଚ ଟିମ୍ ତନାଘନା କରୁଛି।

Leave A Reply

Your email address will not be published.