୧୮ ବର୍ଷୀୟ ଦ୍ରୋଣଙ୍କ ଦମଦାର ବ୍ୟାଟିଂ, ୪୯୮ ରନ୍ ସ୍କୋର କରି ରଚିଲେ ଇତିହାସ
![](https://www.odishalink.com/wp-content/uploads/2024/09/Add-a-subheading-23-750x430.jpg)
ଓଏଲ୍ ବ୍ୟୁରୋ: ୧୮ ବର୍ଷୀୟ ଯବୁ କ୍ରିକେଟର ସ୍କୁଲ କ୍ରିକେଟରେ କରିଛନ୍ତି କମାଲ। ଦମଦାର ବ୍ୟାଟିଂ ବଳରେ ଇତିହାସ ରଚିଛନ୍ତି ଦ୍ରୋଣ ଦେଶାଇ। ଗୁଜରାଟର ଦ୍ରେଣ ଦେଶାଇ ୫୦୦ ରନ୍ କରିବାରେ ଅଳ୍ପକେ ବର୍ତ୍ତିଗଲେ। ତଥାପି ରେକର୍ଡ ବହିରେ ନିଜ ନାଁ ଲେଖିଛନ୍ତି ଏହି ଯୁବ କ୍ରିକେଟର। ସେ ମଣିନଗରର ଜେଏଲ ଇଂଲିଶ ସ୍କୁଲ ବିପକ୍ଷରେ ମାରିଛନ୍ତି ୪୯୮ ରନ। ଗୁଜରାଟର ଗାନ୍ଧିନଗରରେ ଥିବା ଶିବାୟ କ୍ରିକେଟିଂ କ୍ଲବରେ ଚାଲିଥିବା ଡିୱାନ ବାଲୁଭାଇ କପରେ ସେ ଏପରି ବଡ଼ ଇନିଂସ ଖେଳିଛନ୍ତି।
୧୮ ବର୍ଷ ବୟସରେ ସେ ୪୯୮ ରନର ଇନିଂସ ଖେଳି ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ସେ ଗୁଜରାଟରେ ଆଜି ଯାଏ ଖେଳା ଯାଇଥିବା ଅନ୍ତଃସ୍କୁଲ କ୍ରିକେଟରେ ସର୍ବାଧିକ ରନ ସ୍କୋରର ହୋଇଯାଇଛନ୍ତି। ସେହିପରି ଭାରତ ପାଇଁ ସେ ତୃତୀୟ ସର୍ବାଧିକ ରନ ହାସଲକାରୀ କ୍ରିକେଟର ମଧ୍ୟ ବନି ଯାଇଛନ୍ତି। ଦ୍ରୋଣଙ୍କ ସହ ତୃତୀୟ ସ୍ଥାନରେ ଅରମାନ ଜାଫର ରହିଛନ୍ତି। ଏହି ଦୁଇ ଖେଳାଳିଙ୍କ ଉପରେ ପ୍ରଣବ ଧନାୱାଡେ ଓ ପୃଥ୍ୱୀ ଶ’ ଅଛନ୍ତି।
ଦ୍ରୋଣ ୪୧୮ କରିବା ପାଇଁ ପଡ଼ିଆରେ ୩୭୨ ମିନିଟ ସମୟ କ୍ରିଜରେ ବ୍ୟାଟିଂ କରିଥିଲେ। ସେ ୩୨୦ଟି ବଲର ସାମ୍ନା କରି ୮୬ଟି ଚୌକା ଓ ୭ଟି ଛକା ମାରିଛନ୍ତି।