Odisha Link
Bridging the Missing Links in Odisha

ପାର୍ବଣ ଋତୁରେ ଗ୍ରାହକଙ୍କୁ ଝଟ୍‌କା, ରେକର୍ଡ ଭାଙ୍ଗିଲା ସୁନା ଦର

ଓଏଲ୍‌ ବ୍ୟୁରୋ: ପାର୍ବଣ ପୂର୍ବରୁ ଗ୍ରାହକଙ୍କୁ ଝଟ୍‌କା। ସର୍ବାଧିକ ସ୍ତରରେ ପହଞ୍ଚିଲା ସୁନା ଦର। ଭାରତରେ ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୭୬,୦୦୦ ଟଙ୍କା ଅତିକ୍ରମ କରିଛି। ଭୁବନେଶ୍ୱରରେ ମଧ୍ୟ ସୁନା ଦର ୭୬,୦୦୦ ମୁହାଁ ହୋଇଛି। ଆଗକୁ ଦୀପାବଳି ଆସୁଥିବାବେଳେ ସୁନା କିଣିବାକୁ ଗ୍ରାହକଙ୍କ ମଧ୍ୟ ଉତ୍ସାହ ଥିବାବେଳେ ସୁନା ଦର ଚିନ୍ତାର ବିଷୟ ପାଲଟିଛି।

ରିପୋର୍ଟ ଅନୁସାରେ, ୨୪ କ୍ୟାରେଟ୍‌ ୧୦ ଗ୍ରାମ ସୁନାର ଦାମ୍‌ ୭୬,୯୫୦ରେ ପହଞ୍ଚିଛି। ଦିଲ୍ଲୀ, ଜୟପୁର, ଲକ୍ଷ୍ନୌ ଏବଂ ଚଣ୍ଡିଗଡ଼ ଭଳି ବଡ଼ ସହରରେ ଏହି ବୃଦ୍ଧି ଘଟିଛି। ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ଆଜି ୭୫ ହଜାର ୮୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ଆଜି ୭୧ ହଜାର ରହିଛି। ସୁନାର ଏହି ଦର ସର୍ବକାଳୀନ ରେକର୍ଡ କୁହାଯାଉଛି।

Leave A Reply

Your email address will not be published.