Odisha Link
Bridging the Missing Links in Odisha

ରାଉରକେଲାରେ ଲଜ୍ଜା: ପୁଣି ଏକ ଥାନାବାବୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ

ଓଏଲ୍‌ ବ୍ୟୁରୋ: ପୁଣି ଖାକିରେ ଲାଗିଲା କଳଙ୍କ। ଥାନାବାବୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିଛି। ଭରତପୁର ଥାନା ପରେ ରାଉରକେଲା ଥାନାରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ବନ୍ଧମୁଣ୍ଡା ଥାନା ଆଇଆଇସିଙ୍କ ନାଁରେ ସଙ୍ଗୀନ ଅଭିଯୋଗ ହୋଇଛି। ଥାନାରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ ପରେ ଆଇଆଇସିଙ୍କୁ ଏସ୍‌ପି ଅଫିସକୁ ବଦଳି କରାଯାଇଛି। ମହିଳା ଡିଏସ୍‌ପିଙ୍କ ଦ୍ୱାରା ତଦନ୍ତ ଆରମ୍ଭ ହୋଇଥିବାବେଳେ ଏସ୍‌ପି ଘଟଣା ଉପରେ ନଜର ରଖିଛନ୍ତି।

ସୂଚନା ଅନୁସାରେ, ରାଉରକେଲା ବନ୍ଧମୁଣ୍ଡା ଥାନାରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ଥାନାରେ କାର୍ଯ୍ୟରତ ଜଣେ ମହିଳା ମହିଳା କର୍ମଚାରୀ ଅସଦାଚରଣର ଶିକାର ହୋଇଛନ୍ତି। ଏନେଇ ମହିଳା କର୍ମଚାରୀଜଣକ ବଣ୍ଡମୁଣ୍ଡା ଥାନାର ଆଇଆଇସିଙ୍କ ନାଁରେ ଅସଦାଚରଣ କରିଥିବା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଆଇଆଇସିଙ୍କୁ ଏସପି ଅଫିସକୁ ବଦଳି କରାଯାଇଛି। ତେବେ ଏହି ଘଟଣା ମହିଳା ଡିଏସପିଙ୍କ ଦ୍ୱାରା ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.