Odisha Link
Bridging the Missing Links in Odisha

ଦେଶରେ ପ୍ରଥମଥର ପାଇଁ ଆରମ୍ଭ ହେଲା କବଚ ୪.୦

ଓଏଲ୍‌ ବ୍ୟୁରୋ: ରେଳ ସୁରକ୍ଷା ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି ଭାରତ ସରକାର। ରେଳ ମନ୍ତ୍ରଣାଳୟ ନେଇ ଐତିହାସିକ ପଦକ୍ଷେେପ। ଦେଶରେ ଆରମ୍ଭ ହୋଇଛି କବଚ ୪.୦। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ବ୍ୟବସ୍ଥା କବଚ ୪.୦ର ଉଦଘାଟନ କରିଛନ୍ତି। ଭାରତ ରେଳବାଇର ମିଶନ ରଫତାର ଅଭିଯାନ ଅଧୀନରେ କୋଟ୍ଟା ରେଳ ଡିଭିଜନରେ ନୂତନ କବଚ ସିଷ୍ଟମ ୪.୦ ଟେକ୍ନୋଲୋଜିର ପରୀକ୍ଷଣ କରାଯାଇଛି।

ରାଜସ୍ଥାନର ସୱାଇ ମାଧୋପୁରରୁ କୋଟ୍ଟା ଭିତରେ ୧୦୮ କିଲୋମିଟର ସେକ୍ସନରେ ଭାରତର ପ୍ରଥମ ସ୍ବଦେଶୀ ସ୍ବୟଂଚାଳିତ ଟ୍ରେନ୍ ସୁରକ୍ଷା ସିଷ୍ଟମ କବଚ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି।

ମଙ୍ଗଳବାର ଏହାର ନୀରିକ୍ଷଣ କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। କବଚ ହେଉଛି ଏଭଳି ଏକ ବ୍ୟବସ୍ଥା, ଯେଉଁଥିରେ ଟ୍ରେନକୁ କେଉଁ ସ୍ଥାନରେ କେତେ ସ୍ପିଡ୍ ରଖିହେବ ତାହା ଗୋଟିଏ ମନିଟରରେ ସ୍ପଷ୍ଟ ଭାବେ ଦେଖିହେବ। ୭ ରୁ ୮ କିଲୋମିଟର ଦୂର ଯାଏଁ ସିଗନାଲର ଆଡଭାନ୍ସ ଲୋକେସନ୍ ଜାଣିହେବ। ଫଳରେ ଟ୍ରେନର ଗତି ଉପରେ ନିୟନ୍ତ୍ରଣ କରିହେବ। କବଚ ବ୍ୟବସ୍ଥା, ଯାହାକୁ ଅଟୋମେଟିକ୍ ଟ୍ରେନ୍ ପ୍ରୋଟେକ୍ସନ ସିଷ୍ଟମ୍ ମଧ୍ୟ କୁହାଯାଏ, ରିସର୍ଚ୍ଚ ଡିଜାଇନ୍ ଆଣ୍ଡ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍ (ଆର୍ଡିଏସ୍ଓ) ଦ୍ୱାରା ବିକଶିତ ହୋଇଛି ଏବଂ ଏହା ଜରୁରୀକାଳୀନ ପରିସ୍ଥିତିରେ ଆପେ ଆପେ ବ୍ରେକ୍ ଲଗାଇପାରିବ। ରେଳ ମନ୍ତ୍ରଣାଳୟ ଗତ ୮ ବର୍ଷ ଧରି ପର୍ଯ୍ୟାୟକ୍ରମେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟ କରୁଛି।

ଲୋକ ପାଇଲଟ୍ ବ୍ରେକ୍ ନଦେଲେ ଇଞ୍ଜିନରେ ଲାଗିଥିବା କବଚ ଅଟୋମେଟିକ୍ ବ୍ରେକ୍ ଦେଇ ସ୍ପିଡ୍ କମ୍ କରିବ। ଫଳରେ ରେଲୱେରେ ବଡ ଦୁର୍ଘଟଣାକୁ ଏଡାଇଦିଆଯାଇପାରିବ। ଆସନ୍ତା ବର୍ଷ ଭିତରେ ୧୦ ହଜାର ଇଞ୍ଜିନରେ କବଚ ଲଗାଯିବା ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

Leave A Reply

Your email address will not be published.