Odisha Link
Bridging the Missing Links in Odisha

ମହାଯୁଦ୍ଧର ରୂପ ନେଲାଣି ଇସ୍ରାଏଲ-ହିଜବୁଲ୍ଲା ବିବାଦ, ଆକାଶରେ ହିଁ ମିସାଇଲକୁ ନିଷ୍କ୍ରିୟ କଲା ଇସ୍ରାଏଲ

ଓଏଲ୍‌ ବ୍ୟୁରୋ: ତ୍ରୀବ ହେବାରେ ଲାଗିଛି ଇସ୍ରାଏଲ ଓ ହିଜବୁଲ୍ଲା ବିବାଦ। ଏପରିକି ବିବାଦ ମହାଯୁଦ୍ଧର ରୂପ ନେଲାଣି। ଲେବାନନ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ପରେ ହିଜବୁଲ୍ଲା ପାଲଟା ଆକ୍ରମଣ ଆରମ୍ଭ କରି ଦେଇଛି। ବୁଧବାର ବିଳମ୍ବିତ ରାତିରେ ଇସ୍ରାଏଲ ଉପରେ ମିସାଇଲ ସମେତ ଡ୍ରୋନ ଆକ୍ରମଣ କରିଛି ହିଜବୁଲ୍ଲା। ହେଲେ ଇସ୍ରାଏଲର ନିଜସ୍ବ ସୁରକ୍ଷା କବଚ ଆୟରନ ଡୋମ ସମସ୍ତ ମିସାଇଲକୁ ନିଷ୍କ୍ରିୟ କରିବାରେ ସଫଳ ହୋଇଥିଲା। ଏହାର ଭିଡିଓ ଇସ୍ରାଏଲ ସେନା ପକ୍ଷରୁ ଜାରି କରାଯାଇଛି। ହିଜବୁଲ୍ଲାର ଅଚାନନ ଆକ୍ରମଣ ଯୋଗୁଁ ତେଲ ଅଭିବର ୪୦ଟି ସହରରେ ଆର୍ଲଟ ଜାରି ହୋଇଥିଲା।

ଗାଜାରେ ହାହାକାର ସ୍ଥିତି ଉପୁଜେଇଥିବା ଇସ୍ରାଏଲ ଏବେ ଲେବାନନରେ ଆତଙ୍କ ସୃଷ୍ଟି କରିଛି। ଏବେ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛି ଇସ୍ରାଏଲ। ପ୍ରଥମ ଆକ୍ରମଣରେ ଆଇଡିଏଫ ୧୬୦୦ଟି ସ୍ଥାନ ଉପରେ ଆକ୍ରମଣ କରିଥିଲା। ଯାହାଫଳରେ ହିଜବୁଲ୍ଲାର ଅନେକ କମାଣ୍ଡର ସଫା ହୋଇଛନ୍ତି। ଆକ୍ରମଣରେ ଅନେକ ନିର୍ଦ୍ଦୋଷଙ୍କର ବି ଜୀବନ ଚାଲି ଯାଇଛି। ଆକ୍ରମଣରେ ପାଖାପାଖି ୫୦୦ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ କେବଳ ମହିଳା ଓ ଶିଶୁ ୯୦ ଜଣ ରହିଛନ୍ତି। ଇସ୍ରାଏଲ ସେନା ପକ୍ଷରୁ ଆହୁରି କୁହାଯାଇ ଯେ ଖୁବଶୀଘ୍ର ଲେବାନନ ଉପରେ ଆଉ ଏକ ବଡ଼ ଧରଣର ଆକ୍ରମଣ ହେବ।

ଅନ୍ୟପଟେ ହିଜବୁଲ୍ଲା ଇସ୍ରାଏଲ ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଛି। ଇସ୍ରାଏଲକୁ ପୂର୍ବରୁ ଏନେଇ ପୂର୍ବାଭାଷ ମିଳି ସାରିଥିଲା ତେଣୁ ଏକ ସପ୍ତାହ ପାଇଁ ସାରା ଦେଶରେ ଜରୁରୀକାଳୀନ ଘୋଷଣା କରିଥିଲା। ଇସ୍ରାଏଲ ସେନା କହିଛି, ଦେଶର ଆର୍ଥତ ରାଜଧାନୀ ତେଲ ଅଭିବ ସମେତ ୪୦ଟି ସହରରେ ସାଇରନ ବାଜିଥିଲା। ହିଜବୁଲ୍ଲା ଯେଉଁ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଥିଲା ତାକୁ ଆମ ଦେଶର ସୁରକ୍ଷ ବ୍ୟବସ୍ଥା ଆୟରନ ଡମ ଆକାଶରେ ହିଁ ଉଡ଼ାଇ ଦେଇଥିଲା।

Leave A Reply

Your email address will not be published.