Odisha Link
Bridging the Missing Links in Odisha

ଦଶହରା ପୂର୍ବରୁ ପୁଲିସ ପ୍ରଶାସନରେ ବଡ଼ ଧରଣର ଅଦଳବଦଳ, ବଦଳିପାରନ୍ତି ୨୦ ଜିଲ୍ଲାର ଏସ୍‌ପି

ଓଏଲ୍‌ ବ୍ୟୁରୋ: ଦଶହରା ପୂର୍ବରୁ ଆଇପିଏସ୍‌ ସ୍ତରରେ ହେବ ବଡ଼ ଧରଣର ଅଦଳବଦଳ। ରାଜ୍ୟରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଭରତପୁର ଥାନା ମାମଲା ସବୁଠି ଚର୍ଚ୍ଚାରେ ଥିବା ବେଳେ ଖୁବଶୀଘ୍ର ଆଇପିଏସ୍‌ ସ୍ତରରେ ଅଦଳବଦଳ ହେବାକୁ ଯାଉଥିବା ବିଶେଷ ସୂତ୍ରରୁ ସୂଚନା ରହିଛି। ୫ ଦିନ ମଧ୍ୟରେ ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ ହେବା ସହିତ ଜିଲ୍ଲା ସ୍ତରର ଏସ୍‌ପିଙ୍କର ମଧ୍ୟ ଅଦଳବଦଳ ହେବ ବୋଲି ସୂଚନା ରହିଛି।

ଓଡ଼ିଶା ଡିଜିପି ଭାବେ ଓ୍ବାଇ ବି ଖୁରାନିଆ ଦାୟିତ୍ବ ଗ୍ରହଣ କରିବା ପରରେ ଆଇପିଏସ୍‌ ସ୍ତରରେ ଅଦଳବଦଳ ହେବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏପର୍ଯ୍ୟନ୍ତ ହୋଇ ନାହିଁ। ସେପ୍ଟେମ୍ବର ୧୮ ତାରିଖରେ ରାଜ୍ୟ ସରକାର ପୁଲିସ ଡିଜିପିଙ୍କ ୨ ବର୍ଷ କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳକୁ ବଢ଼ାଇଛନ୍ତି ରାଜ୍ୟ ସରକାର। ସର୍ବନିମ୍ନ ୨ ବର୍ଷ କାର୍ଯ୍ୟ କରିବା ନେଇ ତାଙ୍କ କାର୍ଯ୍ୟକାଳ ବଢ଼ାଯାଇଛି। ତାପରେ ବି ଶ୍ରୀ ଖୁରାନିଆ ତାଙ୍କ ଟିମ୍‌ ଏପର୍ଯ୍ୟନ୍ତ ଘୋଷଣା କରି ନାହାନ୍ତି। ଯାହାକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି।

ରାଜ୍ୟ ପୁଲିସର ଟପ୍‌ କପ୍‌ ତାଲିକାରେ ଥିବା ଅରୁଣ ଷଡ଼ଙ୍ଗୀ, ସୁଧାଂଶୁ ଷଡ଼ଙ୍ଗୀ, ସଞ୍ଜୀବ ପଣ୍ଡା, ଯଶବନ୍ତ ଯେଠଓ୍ବା, ସୌମେନ୍ଦ୍ର ପ୍ରିୟଦର୍ଶୀ, ଅରୁଣ ବୋଥ୍ରାଙ୍କର ମଧ୍ୟ ଅଦଳବଦଳ ହେବ ବୋଲି ପାଓ୍ବାର କରିଡରେ ଚର୍ଚ୍ଚା ହେଉଛି।

ଏଥିସହିତ କମିଶନରେଟ ପୁଲିସର ଡିସିପି ସ୍ତରରେ ମଧ୍ୟ ଅଦଳବଦଳ ହେବ ବୋଲି ଚାଲିଛି ବିଚାର ବିମର୍ଶ। କେବଳ ଟପ୍‌ କପ୍‌ ନୁହେଁ ଜିଲ୍ଲାସ୍ତରରେ ମଧ୍ୟରେ ଏସପି ସ୍ତରରେ ବଡ଼ ଧରଣର ଅଦଳବଦଳ ହେବାକୁ ଯାଉଛି। ଏବେ ୨୦ରୁ ଅଧିକ ଜିଲ୍ଲାରେ ଏସପି ମଧ୍ୟ ବଦଳିବାର ସମ୍ଭାବନା ରହିଛି। ସୂଚନା ଥାଉକି, ନିକଟରେ ଆଏଏସ୍‌ ସ୍ତରରେ ଦୁଇଥର ବଡ଼ ଧରଣର ଅଦଳବଦଳ ହୋଇ ସାରିଲାଣି।

Leave A Reply

Your email address will not be published.