Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ତୁଣ୍ଡରେ ବିଜେଡି ପରାଜୟର କାରଣ, କହିଲେ-ନିଜେ ଫସିଲେ ନବୀନ..

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର କ୍ଷମତାରେ ବିରାମ ଲାଗିଛି। ବିଜୁ ଜନତା ଦଳର ସରକାରକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ଇତି ମଧ୍ୟରେ ରାଜ୍ୟରେ ମୋହନ ସରକାରକୁ ୧୦୦ ଦିନ ପୂରଣ ହୋଇଛି। ହେଲେ ଏଯାଏଁ ବିଜେଡି ପରାଜୟର କାରଣ ଖୋଜା ଶେଷ ହୋଇନାହିଁ। ଦଳ ତରଫରୁ ପରାଜୟ ସମୀକ୍ଷା ପାଇଁ କୌଣସି କମିଟି ଗଠନ ହୋଇନଥିଲେ ମଧ୍ୟ ନେତାମାନେ ସିଧାସଳଖ ଦୁର୍ବଳ ନିର୍ବାଚନ ପରିଚାଳନାକୁ ଦାୟୀ କରିଛନ୍ତି। ଏସବୁ ଭିତରେ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ସେ କହିଛନ୍ତି, ଭୋଟ ପାଇଁ ହୀନ ଚକ୍ରାନ୍ତରେ ନିଜେ ଫସିଲେ ନବୀନ ପଟ୍ଟନାୟକ। ନବୀନଙ୍କ ୨୪ ବର୍ଷର ଶାସନ ରାଜ୍ୟକୁ ବିକାଶ ବଦଳରେ ଧ୍ବଂସ କରିଦେଲା। ସଭା ମଞ୍ଚରେ ସିଏମ୍‌ଓ ଅଧିକାରୀ ନେତୃତ୍ବ ନେଇ ଭାଷଣ ଦେଲେ। ମନ୍ତ୍ରୀ, ବିଧାୟକ ମଞ୍ଚ ତଳେ ଛିଡ଼ା ହେଲେ। ଓଡ଼ିଆ ଅସ୍ମିତା ବିପଦରେ ପକାଇଦେଲେ। ଏଣୁ ଆପଣମାନେ ସରକାର ପରିବର୍ତ୍ତନ କରିଲେ। ପୂର୍ବ ସରକାର କେନ୍ଦ୍ର ଯୋଜନାକୁ ନିଜ ଯୋଜନା କହି ଲୁଟି ନେଉଥିଲେ। ପର ଛୁଆକୁ ମୋ ଛୁଆ କହିବା କଥା ଲୋକେ ଜାଣିପାରିଲେ। ଓଡ଼ିଆ ଯଦି କଷ୍ଟ ପାଇବ, ସରକାର ନିଶ୍ଚିତ ପରିବର୍ତ୍ତନ କରିବ।

Leave A Reply

Your email address will not be published.