ଏସ୍ମା ଲାଗୁ ସତ୍ତ୍ବେ ନର୍ସିଂ ଅଫିସରଙ୍କ ଆନ୍ଦୋଳନ, ବୈଠକ ଡାକିଲେ ସରକାର
ଓଏଲ୍ ବ୍ୟୁରୋ: ନର୍ସିଂ କର୍ମଚାରୀ ଆନ୍ଦୋଳନ ଡାକରା ଦେଇଛନ୍ତି। ୧୦ ଦଫା ଦାବି ନେଇ ଜିଦରେ ଅଟଳ ନର୍ସିଂ ଅଫିସର। ଏସମା ଲାଗୁ ସତ୍ତ୍ବେ ଆଜିଠୁ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି ଅଲ୍ ଓଡ଼ିଶା ନର୍ସିଂ ସଂଘ। ରୋଗୀଙ୍କୁ ଦୃଷ୍ଟିରେ ରଖି ଆଜି ଓ କାଲି ଜରୁରୀ ସେବା ବ୍ୟାହତ କରିବୁନି ବୋଲି ଅଲ୍ ଓଡ଼ିଶା ନର୍ସିଂ ସଂଘ ସୂଚନା ଦେଇଛି।
ଅନ୍ୟପଟେ, ନର୍ସିଂ ଅଫିସରଙ୍କ ପ୍ରସ୍ତାବିତ ଆନ୍ଦୋଳନ ନେଇ ନର୍ସିଂ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି। ସବୁ ସରକାରୀ ହସ୍ପିଟାଲ ନିର୍ଦ୍ଦେଶକ, ଅଧୀକ୍ଷକଙ୍କୁ ଚିଠି ଲେଖିଲେ ନିର୍ଦ୍ଦେଶକ। ଏସ୍ମା ଲାଗିଥିବାରୁ ଆନ୍ଦୋଳନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୭ ତାରିଖରୁ ଏସ୍ମା ଲାଗିଥିବାରୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।