Odisha Link
Bridging the Missing Links in Odisha

ସରକାର ଦେଲେ ପ୍ରତିଶ୍ରୁତି, ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ପାର୍ବଣ ଋତୁ। ଆଉ କିଛି ଦିନ ପରେ ମହାସମାରୋହରେ ପାଳନ ହେବ ଦଶହରା। ଏହା ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀ ଆନ୍ଦୋଳନ କରିଥିଲେ। ଆନ୍ଦୋଳନ ପରେ ସେମାନଙ୍କ ଦାବି ପୂରଣ ନେଇ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ସରକାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ। ଆନ୍ଦୋଳନ ପ୍ରତ୍ୟାହର ପରେ ହସ୍ପିଟାଲରେ ସଫେଇ କାର୍ଯ୍ୟ ସ୍ବାଭାବିକ ହୋଇଛି।

ସୂଚନା ଅନୁସାରେ, କ୍ୟାପିଟାଲ ହସ୍ପିଟାଲର ୩୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ବସିଥିଲେ। ମାସକୁ ୪ ଦିନ ଛୁଟି ସହ ପୂଜା ବୋନସ ଦାବିରେ କର୍ମଚାରୀ ଆନ୍ଦୋଳନ କରିଥିଲେ। ଆଗକୁ ପୂଜା ଆସୁଥିବାରୁ ପୂଜା ବୋନସ ଦାବିରେ କର୍ମଚାରୀ ଆନ୍ଦୋଳନ କରିଥିଲେ। ଦରମା ବୃଦ୍ଧି ଓ ଦଶହରା ବୋନସ ଦାବିରେ ସଫେଇ କର୍ମଚାରୀମାନେ ହସ୍ପିଟାଲ ସମ୍ମୁଖରେ ପ୍ରଶାସନିକ ବିଭାଗ ସମ୍ମୁଖରେ ଧାରଣା ଦେଇଥିଲେ। ସଫେଇ କର୍ମଚାରୀମାନେ ଜିଦ୍‌ରେ ଅଟଳ ଥିବାରୁ ହସ୍ପିଟାଲର ବିଭିନ୍ନ କାର୍ଯ୍ୟ ଠପ୍‌ ହୋଇପଡିଥିଲା।

Leave A Reply

Your email address will not be published.