Odisha Link
Bridging the Missing Links in Odisha

ମହାଲକ୍ଷ୍ମୀ ହତ୍ୟା ମାମଲା: ଏସ୍‌ପି ଦେଲେ ବଡ଼ ସୂଚନା

ଓଏଲ୍‌ ବ୍ୟୁରୋ: ବେଙ୍ଗାଲୁରୁରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ ସାରା ଦେଶକୁ ଥରାଇ ଦେଇଛି। ଦିନ ଗଡ଼ିବା ସହିତ ଏହି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଆସୁଛି ନୂଆ ନୂଆ ଟ୍ବିଷ୍ଟ। ଏସବୁ ମଧ୍ୟରେ ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୁକ୍ତିରଞ୍ଜନ ରୟଙ୍କ ମୃତଦେହ ଠାବ। ସେ ଆତ୍ମହତ୍ୟା କରିଥିବା ସୂଚନା ଦେଇଛନ୍ତି ବେଙ୍ଗାଲୁରୁ ସେଣ୍ଟ୍ରାଲ ଡିସିପି। ଏନେଇ ଆଜି ଏସ୍‌ପି ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଭିଯୁକ୍ତ ମୁକ୍ତିରଞ୍ଜନର ମୃତ୍ୟୁ ପୂର୍ବରୁ ବେଙ୍ଗାଲୁରୁ ପୁଲିସ ଓଡିଶା ଆସିଥିଲା। ବେଙ୍ଗାଲୁରୁ ପୁଲିସକୁ ତଦନ୍ତରେ ସାହାଯ୍ୟ କରାଯାଇଥିଲା। ହେଲେ ବେଙ୍ଗାଲୁରୁ ପୁଲିସ ଅଭିଯୁକ୍ତକୁ ନପାଇ ଫେରିଯାଇଥିଲା।

ଅନ୍ୟପଟେ, ପୁଲିସ ସନ୍ଦେହ ଘେରରେ ଥିବା ଯୁବକ ମୁକ୍ତିରଞ୍ଜନ ରୟ ଗାଁକୁ ଆସି ରଶି ଲଗାଇ କରିଛନ୍ତି ଆତ୍ମହତ୍ୟା। ଭଦ୍ରକ ଧୁଷୁରୀ ଥାନା ଭୂଇଁପୁର ଗାଁର ମୁକ୍ତିରଞନ ରୟ ଦୀର୍ଘ ବର୍ଷ ହେବ ବେଙ୍ଗାଲୁରୁରେ ରହି ଆସୁଥିଲେ। ହେଲେ ଗାଁକୁ ଆସି ଘରେ କିଛି ସମୟ ରହିବା ପରେ ରାତିରେ ଘରୁ ପଳାଇଥିଲେ। ଗତକାଲି କୁଳେଇପଦା ଶ୍ମଶାନ ନିକଟରେ ଥିବା ଏକ ଗଛରେ ମୁକ୍ତିରଞ୍ଜନ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ମୁକ୍ତିରଞ୍ଜନ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସେ ମଙ୍ଗଳବାର ରାତିରେ ନିଜ ଘରେ ପହଞ୍ଚିଥିଲେ। ରାତି ୪ଟାରେ ଏକ ସ୍କୁଟିରେ ଭଦ୍ରକ ଯିବେ ବୋଲି କହି ଘରୁ ବାହାରି ଯାଇଥିଲେ। ସ୍କୁଟି ଉପରେ ଏକ ଲାପଟପ ବ୍ୟାଗ ରଖି ସେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିଲା ବେଳେ ଆରଡି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏ ସଂକ୍ରାନ୍ତରେ ଧୁଷୁରୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

Leave A Reply

Your email address will not be published.