Odisha Link
Bridging the Missing Links in Odisha

ଶୁକ୍ରବାର ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ, କର୍ମୀଙ୍କୁ ମାଷ୍ଟରପ୍ଳାନ୍ ଦେବେ ନବୀନ

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର କ୍ଷମତାରେ ବିରାମ ଲାଗିଛି। ବିଜୁ ଜନତା ଦଳର ସରକାରକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ଇତି ମଧ୍ୟରେ ରାଜ୍ୟରେ ମୋହନ ସରକାରକୁ ୧୦୦ ଦିନ ପୂରଣ ହୋଇଛି। ହେଲେ ଏଯାଏଁ ବିଜେଡି ପରାଜୟର କାରଣ ଖୋଜା ଶେଷ ହୋଇନାହିଁ। ଦଳ ତରଫରୁ ପରାଜୟ ସମୀକ୍ଷା ପାଇଁ କୌଣସି କମିଟି ଗଠନ ହୋଇନଥିଲେ ମଧ୍ୟ ନେତାମାନେ ସିଧାସଳଖ ଦୁର୍ବଳ ନିର୍ବାଚନ ପରିଚାଳନାକୁ ଦାୟୀ କରିଛନ୍ତି।

ବିଜେଡି ପରାଜୟ ହାସଲ କରିବା ପରେ ମଧ୍ୟ ବୈଠକ ଜାରି ରଖୁଛି। ଏହି କ୍ରମରେ ଆସନ୍ତାକାଲି ବିଜେଡିର ବୈଠକ ବସିବାକୁ ଯାଉଛି। ସମନ୍ୱୟ କମିଟି ସଦସ୍ୟ, ବରିଷ୍ଠ ନେତା ଓ ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦଳର ଆଗାମୀ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବ ରଣନୀତି। କେଉଁ ପ୍ରସଙ୍ଗରେ ତୃଣମୂଳ ସ୍ତରକୁ ଯିବ ଦଳ ଏନେଇ ଆଲୋଚନା ହେବ। ତେବେ ବୈଠକ ନେଇ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.