Odisha Link
Bridging the Missing Links in Odisha

ଦଶହରା ପୂର୍ବରୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ରାସ୍ତା ଉପରେ ତୋରଣ ନିର୍ମାଣ ମନା

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ଦଶହରା, କମ୍ପିବ ଗାଁଠୁ ସହର। ମା’ଙ୍କ ଆଗମନ ପାଇଁ ଏବେଠୁ ଉତ୍ସବ ମୁଖର ହେଲାଣି ପୂଜାମଣ୍ଡପ। ସାରା ଦେଶରେ ଦଶହରା ପାଳନ ଧୁମଧାମରେ ପାଳନ କରାଯାଉଥିବାବେଳେ କଟକ ଦୁର୍ଗାପୂଜା ଓଡ଼ିଶାବାସୀଙ୍କ ପାଇଁ ଟିକେ ନିଆଁରା। ଦଶହରା ଉତ୍ସବ ସମୟରେ କଟକ ସହରର ଭିଡ଼ ବି ଅସମ୍ଭାଳ ହୋଇଥାଏ। ତେବେ ଏଥର ଦଶହରା ଉତ୍ସବକୁ ନେଇ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି ହାଇକୋର୍ଟ। ରାସ୍ତା ଉପରୁ କେବୁଲ ଓ ତାର ହଟାଇବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ଆଗକୁ ଦୁର୍ଗାପୂଜା ଆସୁଥିବାବେଳେ କଟକ ସହରର ରାସ୍ତାଘାଟ ଅବସ୍ଥାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଆସନ୍ତା ୫ ତାରିଖ ସୁଦ୍ଧା ରାସ୍ତା ମରାମତି ସାରିବାକୁ ପୂର୍ତ୍ତ ସଚିବ ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.