ସଞ୍ଜୟ ରାଉତଙ୍କୁ ଜେଲ୍ ଦଣ୍ଡାଦେଶ, ଜରିମାନା ଦେବେ ୨୫ ହଜାର

ଓଏଲ୍ ବ୍ୟୁରୋ: ମାନହାନି ମକଦ୍ଦମା ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ବଡ ଝଟକା। ସଞ୍ଜୟ ରାଉତଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ମୁମ୍ବାଇ ମେଟ୍ରୋପଲିଟାନ୍ କୋର୍ଟ। ଶିବସେନା ନେତା ସଞ୍ଜୟଙ୍କୁ ୧୫ ଦିନ ଜେଲ୍ ସହ ୨୫ ହଜାର ଜରିମାନା କରାଯାଇଛି।
ସୂଚନା ଅନୁସାରେ, ଶୌଚାଳୟ ନିର୍ମାଣରେ ୧୦୦ କୋଟିର ଦୁର୍ନୀତି ହୋଇଥିବା ସଞ୍ଜୟ କହିଥିଲେ। ସଞ୍ଜୟ ବିରୁଦ୍ଧରେ ମାନହାନି ମୋକଦ୍ଦମା କରିଥିଲେ ବିଜେପି ନେତା କିରିଟ ସୋମାୟାଙ୍କ ପତ୍ନୀ। ଏହି ମାମଲାର ଶୁଣାଣି କରି ସଂଜୟଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ମୁମ୍ବାଇ ମେଟ୍ରୋପଲିଟାନ୍ କୋର୍ଟ।