Odisha Link
Bridging the Missing Links in Odisha

ସଚିନ ତେନ୍ଦୁଲକରଙ୍କ ‘ବିରାଟ’ ରେକର୍ଡ ଉପରେ କୋହଲିଙ୍କ ନଜର, ଦରକାର ଆଉ ୩୫ ରନ୍‌

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବ କାନପୁର ଟେଷ୍ଟ। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଆଖି ଦୃଶିଆ ପ୍ରଦର୍ଶନ କରିନଥିବା ବିରାଟ କୋହଲିଙ୍କ ଉପରେ ରହିବ ସମସ୍ତଙ୍କ ନଜର।

ଏଥିସହିତ ବିରାଟ କୋହଲିଙ୍କ ନଜର ଏକ ବଡ଼ ରେକର୍ଡ ଉପରେ ରହିଛି। କାନପୁର ଟେଷ୍ଟରେ ସେ ମହାନ ବ୍ୟାଟସ୍‌ମ୍ୟାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ବିରାଟକୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୨୭ ହଜାର ରନ ଆକଳନରୁ ମାତ୍ର ୩୫ ରନ ଦୂରରେ ଅଛନ୍ତି। ଚେନ୍ନାଇ ଟେଷ୍ଟ ପୂର୍ବରୁ ସେ ଏହି ଆକଳନରୁ ୫୮ ରନ ଦୂରରେ ଥିଲେ।

ଅନ୍ତର୍ଜାତୀୟ କ୍ରିକେଟରେ ୨୭ ହଜାର ରନ୍‌ରେ ପହଞ୍ଚିବାରେ ତେନ୍ଦୁଲକର ହେଉଛନ୍ତି ଦ୍ରୁତତମ ଖେଳାଳି। ସେ ୬୨୩ ଇନିଂସରେ (୨୨୬ ଟେଷ୍ଟ ଇନିଂସ, ୩୯୬ ଦିନିକିଆ ଇନିଂସ, ଗୋଟିଏ ଟି-୨୦ ଇନିଂସ) ରେ ଏହା କରିଥିଲେ। କୋହଲି ଏପର୍ଯ୍ୟନ୍ତ ସମସ୍ତ ଫର୍ମାଟ ସହିତ ୫୯୩ ଇନିଂସରେ ୨୬, ୯୬୫ ରନ ସ୍କୋର କରିଛନ୍ତି।

Leave A Reply

Your email address will not be published.