Odisha Link
Bridging the Missing Links in Odisha

ନୀଳଗିରି ଏନ୍‌ଏସି: ଆସ୍ଥା ହରାଇଲେ ଅମ୍ବିକା

ଓଏଲ୍ ବ୍ୟୁରୋ: ନୀଳଗିରି ଏନ୍‌ଏସିରେ ଦେଖିବାକୁ ମିଳିଛି ରାଜନୈତିକ ହଟଚମଟ। ନୀଳଗିରି ଏନ୍‌ଏସି ବିଜେଡି ଚେୟାରମ୍ୟାନ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ଚେୟାରମ୍ୟାନ ଅମ୍ବିକା ଦାସଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ଭୋଟିଂରେ ବିରୋଧରେ ୧୦ ଓ ସପକ୍ଷରେ ୧ ଭୋଟ ପଡିଥିଲା। ଅନାସ୍ଥା ପ୍ରସ୍ତାବ ଆଗତ ହେବା ପରେ ବିଜେପି ଦଖଲରେ ନୀଳଗିରି ଏନ୍‌ଏସି।

ସୂଚନା ଅନୁସାରେ, ନୀଳଗିରି ଏନ୍‌ଏସିର ୯ଜଣ କାଉନସିଲର, ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଚେୟାରମ୍ୟାନ ଅମ୍ବିକା ଦାସ ପଦବୀ ଗ୍ରହଣ କରିବାର ୨ ବର୍ଷରୁ ଅଧିକ ସମୟ ହୋଇଥିଲେ ହେଁ ସେ ନିଜ ଦାୟିତ୍ୱରେ ଅବହେଳା ପ୍ରଦର୍ଶନ କରିବା ସହ ବିଭିନ୍ନ ୱାର୍ଡ ପ୍ରତି ପକ୍ଷପାତିତା ମନୋଭାବ ପୋଷଣ କରିଥିବା ଅନାସ୍ଥା ପ୍ରସ୍ତାବରେ ଦର୍ଶାଯାଇଥିଲା।

ଏନ୍‌ଏସିର ୧୩ଟି କାଉନସିଲର ପଦବୀ ମଧ୍ୟରୁ ବିଜେଡି ୮ଟି ହାତେଇ ଏକାକୀ ସଂଖ୍ୟାଗରିଷ୍ଠ ଦଳ ହୋଇଥିବା ବେଳେ ବିଜେଡିର ଅମ୍ବିକା ଦାସ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ମାତ୍ର ୨୦୨୪ ନିର୍ବାଚନରେ ଦଳ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ପରେ ଚେୟାରମ୍ୟାନ ଅମ୍ବିକା ଦାସଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି।

Leave A Reply

Your email address will not be published.