Odisha Link
Bridging the Missing Links in Odisha

ହରିୟାଣା ନିର୍ବାଚନ: ବଢ଼ୁଛି କଂଗ୍ରେସର ଚିନ୍ତା, ୧୩ ଜଣଙ୍କୁ ଦଳରୁ ନିଲମ୍ବିତ କଲେ ହାଇକମାଣ୍ଡ

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ହରିୟାଣା ବିଧାନସଭା। ତାରିଖ ଯେତେ ପାଖଉଛି ହରିୟାଣା ରାଜନୀତିରେ ସେତେ ହଟଚମଟ ହେବାରେ ଲାଗିଛି। ଅକ୍ଟୋବର ୫ ତାରିଖରେ ହରିୟାଣା ନିର୍ବାଚନ ପାଇଁ ଭୋଟ ପଡ଼ିବାକୁ ଥିବାବେଳେ ତା ପୂର୍ବରୁ କଂଗ୍ରେସର ଚିନ୍ତା ବଢ଼ିବାରେ ଲାଗିଛି। କାରଣ ନିର୍ବାଚନ ପୂର୍ବରୁ କିଛି ଜଣାଶୁଣା ନେତା ଦଳ ଛାଡ଼ିଥିବା ବେଳେ ଏବେ ୧୩ ଜଣ ନେତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କୃତ କରିଛି କଂଗ୍ରେସ। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା କାରଣ ଦର୍ଶାଇ ଦଳ ୧୩ ଜଣ ନେତାଙ୍କୁ ଦଳରୁ ନିଲମ୍ବିତ କରିଛି। ସବୁଠୁ ବଡ଼କଥା ହେଲା ଏହି ମଧ୍ୟରୁ କିଛି ନେତା ଚଳିତ ନିର୍ବାଚନରେ ନିର୍ଦ୍ଦଳୀୟ ଭାବେ ନିର୍ବାଚନ ଲଢ଼ୁଛନ୍ତି।

ଚଳିତ ନିର୍ବାଚନରେ ବିଶେଷ ଭାବେ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିବ। ୧୦ ବର୍ଷ ପରେ ପୁଣିଥରେ ହରିୟାଣା ସତ୍ତାକୁ ଆସିବାକୁ ଯୋଦାର ପ୍ରୟାସ କରୁଥିବା ବେଳେ ବିଜେପି ପୁଣିଥରେ ହରିୟାଣାବାସୀଙ୍କ ମନ ଜିଣିବାକୁ ଲଢ଼େଇ କରୁଛନ୍ତି। ଏସବୁ ମଧ୍ୟରେ କଂଗ୍ରେସକୁ ବିପଦ କଂଗ୍ରେସ ଛାଡ଼ିଥିବା ନେତା। କାରଣ ଚଳିତ ନିର୍ବାଚନରେ ଟିକେଟ ନପାଇବାରୁ କିଛି ନେତା ନିର୍ଦ୍ଦଳୀୟ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ଯାହା କଂଗ୍ରେସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

କଂଗ୍ରେସରୁ ନିଲମ୍ବିତ ହୋଇଥିବା ନେତା:

ନରେଶ ଧାଣ୍ଡେ, ପ୍ରଦୀପ ଗିଲ, ସଜନ ସିଂହ ଧୁଲ, ସୁନୀତା ବଟନ, ରାଜୀବ ମାମୁରାମ ଗୋଣ୍ଡର, ଦୟଲ ସିଂହ ସିରୋହି, ବିଜୟ ଜୈନ, ଦିଲବାଗ ସାଣ୍ଡିଲ, ଅଜିତ ଫୋଗାଟ, ଅଭିଜିତ ସିଂହ, ଷ୍ଟାବୀର ରାତେରା, ନିତୁ ମନ ଓ ଅନୀତ ଧୁଲଙ୍କୁ ଦଳରୁ ନିଲମ୍ବିତ କରିଛି ହରିୟାଣା ପ୍ରଦେଶ କଂଗ୍ରେସ କମିଟି।

 

Leave A Reply

Your email address will not be published.