Odisha Link
Bridging the Missing Links in Odisha

ଓପିଏସ୍‌ସି ଅଧ୍ୟକ୍ଷ ହେଲେ ଆଇପିଏସ୍ ଅରୁଣ କୁମାର ଷଡ଼ଙ୍ଗୀ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ହେଲେ ଆଇପିଏସ୍‌ ଅରୁଣ କୁମାର ଷଡ଼ଙ୍ଗୀ। ଆଜି ତାଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟପାଳ ରଘୁବର ଦାଦ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅରୁଣ ଷଡଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ୬ ବର୍ଷ ପାଇଁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବର୍ତ୍ତମାନ ଅରୁଣ ଷଡଙ୍ଗୀ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି। ପୂର୍ବରୁ ସେ ଇନଚାର୍ଜ ପୁଲିସ ଡିଜି ଭାବେ କାମ କରିଥିଲେ।

Leave A Reply

Your email address will not be published.