Odisha Link
Bridging the Missing Links in Odisha

ନବରଙ୍ଗପୁରରେ ନିଯୁକ୍ତି କଳି

ଓଏଲ୍ ବ୍ୟୁରୋ: ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟବ୍ୟାପୀ ଏହି ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ ନବରଙ୍ଗପୁରରୁ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। ନବରଙ୍ଗପୁରରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ ଉତ୍ତେଜନା ଦେଖା ଦେଇଛି। ନିଯୁକ୍ତି ପ୍ରକ୍ରିୟାରେ ଅନ୍ୟ ଜିଲ୍ଲାର ପିଲାଙ୍କୁ ପୁରାଇନଦେବା ଅଭିଯୋଗ ହୋଇଛି। କିଛି ଅଣ ସଂଗଠନ ସଦସ୍ୟ ସାର୍ଟିଫିକେଟ୍ ଚିରି ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି।

ସୂଚନା ଅନୁସାରେ, ରାଜ୍ୟସ୍ତରୀୟ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ୮୬୦ ଜଣ ଚୟନ ହୋଇଥିଲେ। ୧୪୩ ଜଣ କେବଳ ନବରଙ୍ଗପୁର ଜିଲ୍ଲାର ହୋଇଥିବାବେଳେ ବାକି ପିଲା ଅନ୍ୟ ଜିଲ୍ଲାର ନିଯୁକ୍ତି ପାଇଁ ଚୟନ ହୋଇଛନ୍ତି। ତେବେ ଏହି ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.