Odisha Link
Bridging the Missing Links in Odisha

ସରିଲା ଖଣ୍ଡପଡ଼ା ଏନ୍‌ଏସି ଅନାସ୍ଥା ଭୋଟ, ଅକ୍ଟୋବର ପହିଲାରେ ଫଳାଫଳ

ଓଏଲ୍‌ ବ୍ୟୁରୋ: ସୁରକ୍ଷା ବଳୟ ମଧ୍ୟରେ ଶେଷ ହୋଇଛି ଖଣ୍ଡପଡ଼ା ଅନାସ୍ଥା ଭୋଟ। ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇଥିବା ନୟାଗଡ଼ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାଙ୍କ ଉପସ୍ଥିତିରେ ହୋଇଛି ଭୋଟ। ହେଲେ ପ୍ରକାଶ ପାଇନାହିଁ ଫଳାଫଳ। ଅକ୍ଟୋବର ପହିଲାରେ ଫଳାଫଳ ହାଇକୋର୍ଟଙ୍କୁ ଦିିଆଯିବ ବୋଲି ସୂଚନା ରହିଛି।

ଖଣ୍ଡପଡ଼ଶ ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ୮ ଜଣ ଏନ୍‌ଏସି କାଉନସିଲର ଅନାସ୍ଥା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ। ଜିଲ୍ଲା ପ୍ରଶାସନ ୧୭ ତାରିଖ ଦିନ ଅନାସ୍ଥା ଭୋଟ ପାଇଁ ତାରିଖ ସ୍ଥିର କରିଥିଲେ ହେଲେ ରୋଜିନା ଦାସଙ୍କ ଅନୁପସ୍ଥିତି ପାଇଁ ନିର୍ବାଚନ ସ୍ଥଗିତ ରହିଥିଲା। ୨୭ ତାରିଖରେ ନିର୍ବାଚନ ହେବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ। ଆଜି ଉପଜିଲ୍ଲାପଳଙ୍କ ଅଧ୍ୟକ୍ଷତାରା ନିର୍ବାଚନ ହୋଇଥିଲା।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୧୩ ଜଣ କାଉନସିଲରଙ୍କ ମଧ୍ୟରୁ ୧୦ ଜଣ କାଉନସିଲର ଅନାସ୍ଥା ଭୋଟରେ ଭାଗ ନେଇଥିଲେ। ସେମଧ୍ୟରୁ ୮ ଜଣ ବିଜେଡି ଓ ୨ ଜଣ ବିଜେପି ସପକ୍ଷରେ ଭୋଟ ଦେଇଥିବା ଜଣାପଡ଼ିଛି। ହେଲେ ଏପର୍ଯ୍ୟନ୍ତ ସରକାରୀ ଭାବେ ଫଳାଫଳ ଘୋଷଣା କରାଯାଇ ନାହିଁ। ଆସନ୍ତା ୧ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ବୋଲି ଜଣା ପଡ଼ିଛି।

ସୂଚନା ଥାଉକି, ୨୦୨୨ ଖଣ୍ଡପଡ଼ା ବଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନରେ ଅଧ୍ୟକ୍ଷା ଭାବେ ଆରତୀ ପ୍ରଧାନ ନିର୍ବାଚିତ ଥିଲେ। ୨୦୨୨ରେ ୧୩ଟି ଓ୍ବାର୍ଡ ବିଶିଷ୍ଟ ଖଣ୍ଡପଡ଼ା ଏନ୍‌ଏସିରେ ୮ ଜଣ ବିଜେଡି କାଉନସିଲର ଜିତିଥିବା ବେଳେ ୪ ଜଣ ସ୍ବାଧୀନ କାଉନସିଲର ଓ ଜଣେ ବିଜେପି କାଉନସିଲର ନିର୍ବାଚିତ ହୋଇଥିଲେ। ଅଧ୍ୟକ୍ଷା ଆରତୀ ପ୍ରଧାନ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ନିର୍ବାଚିତ ହୋଇଥିଲେ। ପରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଥିଲେ ଶ୍ରୀମତୀ ପ୍ରଧାନ।

୨୦୨୪ ଅଗଷ୍ଟ ୧ ତାରିଖରେ ଖଣ୍ଡପଡ଼ା ଏନ୍‌ଏସିର ଉପାଧ୍ୟକ୍ଷ ମିହିର କୁମାର ମିଶ୍ର ଜିଲ୍ଲାପାଳଙ୍କୁ ଭେଟି ଆରତୀ ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଦାବି କରିଥିଲେ। ହେଲେ ସରକାରୀ ସ୍ତରରେ କୌଣସି ତତ୍ପରତା ଦେଖିବାକୁ ମିଳି ନଥିଲା। ପରେ ସ୍ବାଧୀନ କାଉନସିଲର ସରୋଜ କୁମାର ପ୍ରଧାନ ଅନାସ୍ଥା ପ୍ରସ୍ତାବ ଶୀଘ୍ର କରିବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅଗଷ୍ଟ ୨୯ ତାରିଖରେ ହାଇକୋର୍ଟର ଶୁଣାଣି ଥିଲା। ନୟାଗଡ଼ ଜିଲ୍ଲାପାଳ ସେପ୍ଟେମ୍ବର ୧୭ ତାରିଖରେ ଅନାସ୍ଥା ପ୍ରସ୍ଥାବ ହେବ ବୋଲି ଲିଖିତ ଆକାରରେ କୋର୍ଟକୁ ଜଣାଇଥିଲେ। ପରେ ଜିଲ୍ଲା ପ୍ରଶାସନ ଅନାସ୍ଥା ପ୍ରସ୍ତାବ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା।

ଏହାକୁ ଚ୍ୟାଲେଞ୍ଜ କରି ସେପ୍ଟେମ୍ବର ୧୩ ତାରିଖରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ଅଧ୍ୟକ୍ଷା ଆରତୀ ପ୍ରଧାନ। ସେ କାଉନସିଲରଙ୍କ ଦ୍ବାରା ନିର୍ବାଚନ ହୋଇ ନଥିବାରୁ ଅନାସ୍ଥା ପ୍ରସ୍ତାବ ବାତିଲ କରାଯାଉ ବୋଲି ହାଇକୋର୍ଟରେ ଆବେଦନ କରିଥିଲେ। ହେଲେ ହାଇକୋର୍ଟ ଏହାକୁ ଖାରଜ କରିଦେଇଥିଲେ।

Leave A Reply

Your email address will not be published.