Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ କର୍ମୀ

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ଚାଲିଛି ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼। ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ କିଛି ବାବୁଆଣି ମଧ୍ୟ ଭିଜିଲାନ୍ସ ଜାଲରେ ପଡୁଛନ୍ତି। ଏସବୁ ଭିତରେ କିଛି ଦିନରେ ବିରତି ପରେ ଭିଜିଲାନ୍ସ ଜାଲରେ ପୁଣି ଜଣେ କନିଷ୍ଠ ଯନ୍ତ୍ରୀ। ଭିଜିଲାନ୍ସ ହାତରେ ଧରାପଡ଼ିଥିବା କନିଷ୍ଠ ଯନ୍ତ୍ରୀ ହେଉଛନ୍ତି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର କନିଷ୍ଠ ଯନ୍ତ୍ରୀ ଭାନୁମତୀ ଟୁଡୁ। ଠିକାଦାରଙ୍କ ଠାରୁ ୫ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି।

Leave A Reply

Your email address will not be published.