Odisha Link
Bridging the Missing Links in Odisha

ବିଜେଡି ପରାଜୟକୁ ନେଇ ସରୁନି ଚର୍ଚ୍ଚା, ବଡ଼ ବୟାନ ଦେଲେ ପୂର୍ବତନ ବିଧାୟକ

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର କ୍ଷମତାରେ ବିରାମ ଲାଗିଛି। ବିଜୁ ଜନତା ଦଳର ସରକାରକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ଇତି ମଧ୍ୟରେ ରାଜ୍ୟରେ ମୋହନ ସରକାରକୁ ୧୦୦ ଦିନ ପୂରଣ ହୋଇଛି। ହେଲେ ଏଯାଏଁ ବିଜେଡି ପରାଜୟର କାରଣ ଖୋଜା ଶେଷ ହୋଇନାହିଁ। ଦଳ ତରଫରୁ ପରାଜୟ ସମୀକ୍ଷା ପାଇଁ କୌଣସି କମିଟି ଗଠନ ହୋଇନଥିଲେ ମଧ୍ୟ ନେତାମାନେ ସିଧାସଳଖ ଦୁର୍ବଳ ନିର୍ବାଚନ ପରିଚାଳନାକୁ ଦାୟୀ କରିଛନ୍ତି।

ବିଜେଡି ପରାଜୟକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ବଡ଼ ବୟାନ ଦେଇଛନ୍ତି ପୂର୍ବତନ ବିଧାୟକ ମହୀଧର ରଣା। ସେ କହିଛନ୍ତି, ଆମ ନିଜ ନିଜ ଭିତରେ ଆକ୍ରୋଶ ମନୋଭାବ ରହିଲା। ନିର୍ବାଚନରେ ପଞ୍ଚାୟତ, ବ୍ଲକ ସଭାପତିଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଗଲାନି। ଦାୟିତ୍ୱ ଓ ଗୁରୁତ୍ୱ ଦିଆ ନଯିବାରୁ ଦଳର ପରାଜୟ ହେଲା। ବିଜେପି ତୁଳନାରେ ବିଜେଡିର ଇସ୍ତାହାର ଆଖି ଦୃଶିଆ ନଥିଲା ବୋଲି କହିଛନ୍ତି ପୂର୍ବତନ ବିଜେଡି ବିଧାୟକ ମହୀଧର ରଣା।

Leave A Reply

Your email address will not be published.