Odisha Link
Bridging the Missing Links in Odisha

କୋରାପୁଟରେ ମାଓ ବିରୋଧୀ ପୋଷ୍ଟର, ଚର୍ଚ୍ଚାରେ ଆଦିବାସୀ ସୁରକ୍ଷା ମଞ୍ଚ

ଓଏଲ୍‌ ବ୍ୟୁରୋ: କୋରାପୁଟ ଜିଳ୍ଲାରେ ପ୍ରଥମ ଥର ପାଇଁ ମାଓ ବିରୋଧୀ ପୋଷ୍ଟର ଲାଗିଥିବା ସାମ୍ନାକୁ ଆସିଛି। ଲମଥାପୁଟ ଏବଂ ବୈପାରିଗୁଡ଼ା ବ୍ଲକର ଅନେକ ସ୍ଥାନରେ ମାଓ ବିରୋଧୀ ପୋଷ୍ଟର ଲଗାଯାଇଛି। ଗିର୍ଲ୍ଲାପୁଟ ବଜାର, ବିଜା ପଦର ଛକ, ଖେମା ବେଡା ମାର୍କେଟ ଛକରେ ପୋଷ୍ଟରକୁ ନେଇ ଚର୍ଚ୍ଚା ବଢିଛି।

ମଝିଗୁଡା, ଝେମା ବେଡା ଛକ, ବଡ଼ ଦୁରଲ, ହନୁମାଲ, ଵାଲା ବାଡ଼ିରେ ମଧ୍ୟ ପୋଷ୍ଟର ଲାଗିଛି। ମାଓ ବିରୋଧୀ ପୋଷ୍ଟର ଗୁଡ଼ିକରେ ଆଦିବାସୀ ସୁରକ୍ଷା ମଞ୍ଚ ଉଲ୍ଲେଖ ଥିବା ସୂଚନା ରହିଛି। ମାଓ ସମର୍ଥକଙ୍କ ଭିତରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପୋଷ୍ଟର ଲାଗିଥିବା ସୂଚନା ରହିଛି।

Leave A Reply

Your email address will not be published.