Odisha Link
Bridging the Missing Links in Odisha

ଆଧାର କାର୍ଡ ନଥିଲେ ମିଳିବନି ରାସନକାର୍ଡ

ଓଏଲ୍‌ ବ୍ୟୁରୋ: ରାସନ୍‌ କାର୍ଡ ହିତାଧିକାରୀଙ୍କୁ ପୂର୍ବାହ୍ନରେ ଖୁସି ଖବର ଦେଇଥିବା ବେଳେ ଅପରାହ୍ନରେ ଆଉ ଏକ ଖବର ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଯାହା ରାସନ କାର୍ଡ ହିତାଧିକାରୀଙ୍କ ଚିନ୍ତା ବଢ଼ାଇ ଦେଇଛି

ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ। ଓଡ଼ିଶା ସମେତ ୯ ରାଜ୍ୟର ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ। ଗହମ ଦେବାକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି। ଚାଉଳ ସହ ଗହମ ଦିଆଯିବ ବୋଲି ବିଧାନସଭାରେ ମନ୍ତ୍ରୀ କହିଥିଲେ।

ମନ୍ତ୍ରୀ ଆହୁରି କହିଛନ୍ତି, ଇ-କେଓ୍ବାଇସି (E-KYC ) ସରିଲା ପରେ ଯାଇ ମିଳିବ ନୂତନ ରାସନ କାର୍ଡ। ବର୍ତ୍ତମାନ E-KYC ପ୍ରକ୍ରିୟା ଚାଲୁ ରହିଛି। ପର୍ଯ୍ୟାପ୍ତ ସମୟ ଦିଆଯାଇଛି। E-KYC ସରିଲା ପରେ ମିଳିବ ନୂତନ ରାସନ କାର୍ଡ। ପ୍ରକ୍ରିୟା ସରିଲା ପରେ ଯୋଗ୍ୟ କିଏ ଅଯୋଗ୍ୟ କିଏ ଜାଣିହେବ । ଆଧାର କାର୍ଡ଼ ନଥିଲେ ମିଳିବନି ରାସନକାର୍ଡ। ଯେଉଁମାନଙ୍କ ଆଧାର କାର୍ଡ ନାହିଁ ସେମାନେ ଆଧାର କାର୍ଡ଼ କରିବା ପରେ ସାମିଲ ହେବେ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.