Odisha Link
Bridging the Missing Links in Odisha

ପଞ୍ଚଲିଙ୍ଗେଶ୍ବର ପାଣି ସୁଅ, ବନ୍ଦ ହେଲା ସାଧାରଣ ଦର୍ଶନ

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ପାଇଁ ସବୁଠି ସମସ୍ୟା ସୃଷ୍ଟି ହୋଇଛି।ଲଗାଣ ବର୍ଷା ହେତୁ ପଞ୍ଚଲିଙ୍ଗେଶ୍ବର ମନ୍ଦିର ଦର୍ଶନ। ପଞ୍ଚଲିଙ୍ଗେଶ୍ବର ପୂଜା ମଣ୍ଡପ ଉପରେ ଝରଣା ପାଣି ସୁଅ ଛୁଟିଛି। ଲଗାଣ ବର୍ଷାରେ ପଞ୍ଚଲିଙ୍ଗେଶ୍ବରରେ ଅତି ପ୍ରଖର ହୋଇଛି ଝରଣା ପାଣି। ପୂଜା ମଣ୍ଡପର ଦୀପ ଜାଳିବା ସ୍ଥାନରେ ୪ ଫୁଟ୍‌ ଉଚ୍ଚର ଝରଣା ପାଣି ଚାଲିଛି। ପାଣିର ସ୍ରୋତ ଏତେ ପ୍ରଖର ଯେ ଲିଙ୍ଗ ସ୍ପର୍ଶ କରିବା ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରଖାଯାଇଛି।

Leave A Reply

Your email address will not be published.